ଏସ୍ଆଇଟିରେ ସାବାଳକ: କୋର୍ଟରେ ନାବାଳକ

157

ଅଡୁଆରେ ପରୀ ହତ୍ୟା ତଦନ୍ତ

ବାଲ୍ ସୁଧାର ଗୃହ ଗଲା ଅଭିଯୁକ୍ତ

ନୟାଗଡ: ବହୁଚର୍ଚ୍ଚିତ ନୟାଗଡ଼ ସଦର ଥାନା ଅଧୀନ ଯଦୁୁରର ନାବାଳିକା ଅମ୍ରିତାସ୍ନେହା ସାହୁ(ପରୀ)ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତ ଜଣେ ନାବାଳକ ବୋଲି ଜଣାପଡ଼ିଛି । ନୟାଗଡ଼ ପୋକ୍ସୋ କୋର୍ଟ ଏ ସଂକ୍ରାନ୍ତୀୟ ମାମଲାର ବି·ର କରି ମୁଖ୍ୟ ଅଭିଯୁକ୍ତ ନାବାଳକ ବୋଲି ରାୟ ଦେଇଥିବା ଅଭିଯୁକ୍ତଙ୍କ ଓକିଲଙ୍କ ସୂତ୍ରରୁ ପ୍ରକାଶ । ଅଭିଯୁକ୍ତକୁ ନାବାଳକ ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପରିବାର । ଆଜି କୋର୍ଟରେ ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମ୍ୟାଟ୍ରିକ୍ ସାର୍ଟିଫିକେଟ ଦାଖଲ କରିଥିଲେ ଓକିଲ । ପ୍ରମାଣ ପାଇବା ପରେ କୋର୍ଟ ଅଭିଯୁକ୍ତକୁ ନାବାଳକ ଦର୍ଶାଇଛନ୍ତି । କୋର୍ଟଙ୍କ ଏହି ରାୟ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସ୍ଆଇଟି)କୁ ବଡ଼ ଝଟ୍କା ଦେଇଛି । ଅଭିଯୁକ୍ତକୁ କେଉଁ ଉଦ୍ଦେଶ୍ୟରେ ଏସ୍ଆଇଟି ସାବାଳକ ସଜାଇଥିଲା ତାକୁ ନେଇ ସନ୍ଦେହ ପ୍ରକାଶ ପାଉଛି । ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମ୍ୟାଟ୍ରିକ ସାର୍ଟିଫିକେଟ୍ରୁ ତାଙ୍କ ଜନ୍ମ ୦୬/୦୨/୨୦୦୩ ବୋଲି ଏସ୍ଆଇଟି ମଧ୍ୟ ଅବଗତ ଥିଲା । ଅର୍ଥାତ୍ ସେ ଏବେ ବି ନାବାଳକ । ହେଲେ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଅଭିଯୁକ୍ତର ଓସିଫିକେସନ୍ ପରୀକ୍ଷା ଆଧାରରେ ତାକୁ ୧୮ବର୍ଷରୁ ଅଧିକ ବୋଲି କୋର୍ଟରେ ପ୍ରମାଣପତ୍ର ଦାଖଲ କରିଥିଲେ । ଫଳରେ କୋର୍ଟ ଅଭିଯୁକ୍ତକୁ ଜେଲ୍ ପଠାଇ ଦେଇଥିଲେ । ନାବାଳକ ଅଭିଯୁକ୍ତ ବାଲ୍ ସୁଧାର ଗୃହରେ ରହିବାର ନିୟମ ରହିଛି । ହେଲେ ଏସ୍ଆଇଟି କାହିଁକି ଏଭଳି କଲା ତାକୁ ନେଇ ପ୍ରଶ୍ନ ଉଠିଛି । ଅଭିଯୁକ୍ତକୁ ଡିସେମ୍ବର ୨୦ତାରିଖରେ ଗିରଫ କରାଯାଇଥିଲା । ବର୍ତ୍ତମାନ ଅଭିଯୁକ୍ତ ନାବାଳକ ବୋଲି ପ୍ରମାଣିତ ହୋଇଥବାରୁ ମାମଲା ଜଷ୍ଟିସ୍ ଜୁଭେନାଇଲ ବୋର୍ଡକୁ ସ୍ଥାନାନ୍ତରିତ ହେବ ବୋଲି ଜଣାପଡ଼ିଛି । ଏଥିସହିତ ଅଭିଯୁକ୍ତ ଜେଲ୍ ବଦଳରେ ବାଲ୍ ସୁଧାର ଗୃହକୁ ଯାଇଛି ।

Leave A Reply

Your email address will not be published.