ମାଲକାନଗିରି: ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଏମଭି-୧୧ ଧାନ ମଣ୍ଡିରେ ଅବ୍ୟବସ୍ଥା ଏବଂ ମଣ୍ଡିରେ ହେଉଥିବା ଦଲାଲଗିରିକୁ ନେଇ ସ୍ଥାନୀୟ ଚାଷୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଅଜୟ କୁମାର ରଥଙ୍କ ନେତୃତ୍ବରେ ଏକ ଟିମ୍ ମଣ୍ଡିକୁ ଗସ୍ତ କରି ମଣ୍ଡି ନିକଟରେ ଥିବା ଏକ ଗୋଦାମରୁ ୧୧୯ ପ୍ୟାକେଟ ଧାନ ଜବତ କରିଛନ୍ତି । ଜିଲ୍ଲା ଯୋଗାଣ ଅଧିକାରୀ ମଣ୍ଡିରେ ପହଞ୍ଚି ଏହାର ସୁପରିଚାଳନା ନେଇ ତଦାରଖ କରୁଥିବା ସମୟରେ ଚାଷୀଙ୍କ ଠାରୁ କମ୍ ମୂଲ୍ୟରେ ଧାନ କ୍ରୟ କରାଯାଇ ଗୋଦାମରେ ରଖାଯାଇଥିବା ନେଇ ଅଭିଯୋଗ ପାଇଥିଲେ । ଗୋଦାମରେ ରଖାଯାଇଥିବା ଧାନର ମାଲିକ ସପନ କୁମାର ମାଝିଙ୍କୁ ଏଥିନେଇ ପଚରାଉଚରା କରିଥିଲେ । ସପନ ନିଜର ଟୋକେନ୍ ଦେଖାଇ ନପାରିବା ଫଳରେ ଗୋଦାମରେ ଥିବା ୧୧୯ ପ୍ୟାକେଟ ଧାନ ଅର୍ଥାତ୍ ୫୦ କ୍ଲିଣ୍ଟାଲ ଧାନକୁ ଜବତ କରାଯାଇଛି । ଏଥିସହ ସପନ କୁମାର ମାଝିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଚାଷୀ ଉକ୍ତ ମଣ୍ଡିରେ ଦଲାଲଙ୍କ ପ୍ରାଦୁଃଭାବ ବଢ଼ିଥିବା ନେଇ ଅଭିଯୋଗ ହୋଇଥିବା ବଳେ ଯୋଗାଣ ବିଭାଗ ଏହି ଧାନକୁ ଜବତ କରିବା ଫଳରେ ଅଭିଯୋଗର ସତ୍ୟତା ରହିଥିବା ସ୍ପଷ୍ଟ ହୋଇଛି । ସେଭଳି ଜିଲ୍ଲାର ଅନ୍ୟାନ୍ୟ ମଣ୍ଡି ଗୁଡିକରେ ବି ଦଲାଲଙ୍କ ରାଜ ଚାଲିଥିବା ନେଇ ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀ ମହଲରେ ଦାବି ହୋଇଛି ।
Sign in
Sign in
Recover your password.
A password will be e-mailed to you.