ଆଜି ଦେଶବ୍ୟାପୀ ଟୀକାକରଣ ପୂର୍ବରୁ କରୋନା ଟିକାର ଫାଇନାଲ ଡ୍ରାଏ ରନ୍, ରାଜଧାନୀର ସମ୍ ହସ୍ପିଟାଲ ସମେତ ୨ ଟି ସ୍ଥାନରେ ହେଲା ଡ୍ରାଏ ରନ୍

162

ନୂଆଦିଲ୍ଲୀ: ଟିକା ଦିଆଯିବା ବେଳେ ରହିବନି କୌଣସି ତ୍ରୁଟି । ସଠିକ୍ ଉପାୟରେ ମିଳିବ କରୋନା ଟିକା । ସେଥିପାଇଁ ଆଜି ସାରା ଦେଶରେ ପୁଣି ଥରେ ହୋଇଛି କରୋନା ଟିକାର ଫାଇନାଲ ଡ୍ରାଏ ରନ୍‌ । ଟିକାକରଣ ପୂର୍ବରୁ ପୂର୍ବାଭ୍ୟାସ । ଦେଶର ୭୩୬ ଜିଲ୍ଲା ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍‌ ଆରମ୍ଭ ହୋଇଛି । ଏଥିସହ ରାଜ୍ୟର ସବୁ ଜିଲ୍ଲା ଓ ମ୍ୟୁନିସିପାଲଟି ଅଞ୍ଚଳରେ ସକାଳ ୧୦ଟାରୁ ୧୨ଟା ଯାଏଁ ଡ୍ରାଏ ରନ୍ କରାଯାଇଛି । ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲାର ବଡ଼ ଘରୋଇ ମେଡିକାଲରେ ମଧ୍ୟ ଏହି ଡ୍ରାଏ ରନ୍ ପାଇଁ ନିଷ୍ପତ୍ତି ହୋଇଛି ।

ଏଥର ୩ ପ୍ରକାର ସ୍ବାସ୍ଥ୍ୟକେନ୍ଦ୍ରରେ ଡ୍ରାଏରନ୍ ଚାଲିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ମେଡିକାଲ କଲେଜ୍ ସହ ଘରୋଇ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ସହରାଞ୍ଚଳ କିମ୍ବା ଗ୍ରାମାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ଡ୍ରାଏରନ୍ ଚାଲିଛି । ଭୁବନେଶ୍ୱର ୟୁନିଟ୍‌-୪ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ୍ରାଏ ରନ୍‌ ହୋଇଛି । ରାଜଧାନୀର ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲକୁ ମଧ୍ୟ ଟିକାକରଣ ପାଇଁ ଅନୁମତି ମିଳିଛି । ଡ୍ରାଏ ରନ୍‌ ସକାଳ ୧୦ଟାରୁ ୧୨ ଯାଏ ଚାଲିବ ବୋଲି ସୂଚନା ମିଳିଛି । ଖୁବଶୀଘ୍ର ମଞ୍ଜୁରୀ ମିଳିଥିବା ଦୁଇଟି ଭାକସିନ୍ କୋଭିସିଲଡ୍ ଏବଂ କୋଭାକ୍ସିନ୍ ଉପଲବ୍ଧ ହେବ । ଡ୍ରାଏରନ୍ ବେଳେ ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ୨୦ଜଣ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହେବେ । କରୋନା ଟିକାକରଣ ବେଳେ କେଉଁ କେଉଁ ଦିଗ ପ୍ରତି ଅଧିକ ସର୍ତକତା ମୂଳକ ବ୍ୟବସ୍ଥା ଗ୍ରହଣ କରାଯିବ ତାହା ଏହି ଡ୍ରାଏରନ୍ ବେଳେ ତଦାରଖ କରାଯିବ । ଟିକାକରଣ ବେଳେ ସଂରକ୍ଷଣ ଓ ଟିକା ପ୍ରଦାନକୁ ସଠିକ ଭାବରେ ଯାଞ୍ଚ କରାଯିବା ବ୍ୟବସ୍ଥା ଗ୍ରହଣ କରାଯିବ ।

ରାଜ୍ୟର ୩୧ଟି ସ୍ଥାନରେ ପ୍ରଥମ ପର୍ଯ୍ୟାୟ ଡ୍ରାଏ ରନ୍ ସରିଛି । ତେବେ ଟିକାକରଣ ବେଳେ ଯେପରି କିଛି ଅସୁବିଧା ନହେବ, ସେ ନେଇ ଫୋକସ କରିଛି ସ୍ୱାସ୍ଥ୍ୟ ବିଭାଗ । ଜାନୁଆରୀ ଦ୍ୱିତୀୟ ସପ୍ତାହରୁ ସାରା ଦେଶରେ କରୋନା ଟିକା ଦେବାକୁ ଥିବା ବେଳେ, ସାଧାରଣ ଲୋକ କେବେ ଟିକା ପାଇବେ ତା ଉପରେ ରହିଛି ସମସ୍ତଙ୍କ ନଜର । ଟିକାକରଣ ସମୟରେ ଯଦି କାହା ଶରୀରରେ କିଛି ପାର୍ଶ୍ବ ପ୍ରତିକ୍ରିୟା ଦେଖାଦିଏ ତେବେ କଣ କରିବାକୁ ହେବ ସେନେଇ ଆଲୋଚନା କରାଯାଇଛି । ଟିକାକରଣ ପରେ ଭାକସିନ୍ କେନ୍ଦ୍ରରେ ଥିବା ପ୍ରତୀକ୍ଷାଳୟରେ ଅଧଘଣ୍ଟା ଅବଜରଭେସନରେ ରହିବେ । ସେଠାରେ ସ୍ବତନ୍ତ୍ର FFI କିଟ୍ ରହିବ ।

Leave A Reply

Your email address will not be published.