ବିଧବା ଭତ୍ତା ସାଝିଛି ସାତ ସପନ

173

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୁସୁମ ଗୁଡା ଗ୍ରାମ ପଞ୍ଚାୟତ ବିରା ଗୁଡା ଗ୍ରାମର ଚାରି ଜଣ ଭତ୍ତାରୁ ବଞ୍ଚିତ ହୋଇଛନ୍ତି । ବନମାଳୀ ଯାନୀଙ୍କ 60 ବର୍ଷ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଭତ୍ତା ମୁଳୁନ ଥିବାର କହିଛନ୍ତି । ଅନେକ ଥର ବ୍ଲକ ଅଫିସ ଧାଇଁ ଧାଇଁ ଶେଷରେ ନିରାଶ ହୋଇ ଯାଇଥିଲେ । ସେହି ପରି ତିନି ଜଣ ବିଧବା ମହିଳା ଚୁରୁକି ଯାନୀ ବୟସ ୪୦ ବର୍ଷଙ୍କ ସ୍ୱାମୀ ମୃତ୍ୟୁ ବରଣ କରି ଚାରି ବର୍ଷ ବିତିଯାଇ ଥିଲେ ମଧ୍ୟ ନା ମିଳିଛି ଭତ୍ତା ନା ମିଳିଛି କୋଡିଏ ହଜାର ଟଙ୍କା । ସେହିପରି ଆଉ ଦୁଇ ଜଣ ମହିଳା ଦୁଃଖୀ ଯାନୀ ଓ ଧୋନୀ ଯାନୀଙ୍କର ମଧ୍ୟ ସ୍ୱାମୀ ମୃତ୍ୟୁ ବରଣ କରି ଅନେକ ଦିନ ବିତିଯାଇଛି କିନ୍ତୁ ଏପର୍ଯ୍ୟନ୍ତ ଭତ୍ତା ମିଳୁନାହିଁ । କେବେ ଏହି ନିରୀହ ମହିଳା ଏବଂ ବୃଦ୍ଧଙ୍କ ପ୍ରତି ସରକାରଙ୍କ ନଜର ପଡିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.