ଆରଏସପିରେ ୪ ଶ୍ରମିକ ମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ : ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର୍ ହେବାର ଆବଶ୍ୟକତା ରହିଛି, ମତଦେଲେ ଦୁଇ ଶ୍ରମିକ ସଂଗଠନ ନେତା

690

ରାଉରକେଲା: ରାଉରକେଲା ଇସ୍ପାତ କାରଖାନାରେ ୫ ଦିନ ତଳେ ଗ୍ୟାସ୍ ଲିକ ହୋଇ ୪ ଜଣ ଠିକା ଶ୍ରମିକ ପ୍ରାଣ ହରାଇବା ଘଟଣାରେ ରାଜ୍ୟ ସରକାରଙ୍କ ଫାକ୍ଟ୍ରୀ ଓ ବୟଲର ବିଭାଗ ପକ୍ଷରୁ ତଦନ୍ତ ଚାଲିଥିବା ବେଳେ ଏଯାଏଁ ଏନେଇ କୋର୍ଟରେ ମାମଲା ରୁଜ୍ଜୁ ହୋଇନି । ପୁଲିସ ଏକ ମାମଲା ରୁଜୁ କରିଛି, ଏତିକି ବେଳେ ଆରଏସପି ୩ ଜଣ ଅଧିକାରୀଙ୍କୁ ଏହି ଘଟଣା ଲାଗି ନିଲମ୍ବିତ କରିଥିଲେ ମଧ୍ୟ କାର୍ଯ୍ୟାନିଷ୍ଠାନ ନେଇ ସବୁ ମହଲରେ ନାନା ପ୍ରଶ୍ନ ବାଚୀ ସୃଷ୍ଟି ହେଉଥିବାରୁ ମାମଲର ଗମ୍ଭୀରତା ଓ ଶ୍ରମିକ ମାନଙ୍କ ସୁରକ୍ଷା ଦିଗରୁ ଏନେଇ ମାନ୍ୟବର ହାଇକୋର୍ଟଙ୍କ ପାଖରେ ଏକ ଜନସ୍ୱାର୍ଥ ମାମଲା ହେବା ଆବଶ୍ୟକ ରହିଛି ବୋଲି ଶ୍ରମିକ ନେତା ତଥା ଜିଲ୍ଲା କଂଗ୍ରେସ ସଭାପତି ଜର୍ଜ ତିର୍କୀ ଓ ସିଆଇଟିୟୁର ସର୍ବଭାରତୀୟ ଉପସଭାପତି ବିଷ୍ଣୁ ମହାନ୍ତି ମତ ଦେଇଛନ୍ତି । ଘଟଣା ପରେ ରାଜ୍ୟ ସରକାରଙ୍କ ଫ୍ୟାକ୍ଟ୍ରୀ ଓ ବୟଲର ବିଭାଗ ଅଧିକାରୀ ମାନେ କାରଖାନାର ସେହି ଅଂଚଳକୁ ଗସ୍ତ କରି ସେଠାରେ କାମ କରିବାକୁ ମନା କରିଛନ୍ତି । ତେବେ ଏନେଇ ତଦନ୍ତ ଚାଲିଛି ମାମଲା ରୁଜ୍ଜୁ ହେବ ଏଥିଲାଗି ଏକ ମାସ ସମୟ ଲାଗିବ ବୋଲି ଡେପୁଟୀ ଚିଫ ଶ୍ରୀ ବିଭୁ ପ୍ରସାଦ ପ୍ରକାଶ କରିଛନ୍ତି । ଏହି ମାମଲାକୁ ନେଇ ଆଜି ସିଆଇଟିୟୁର ସର୍ବଭାରତୀୟ ଉପସଭାପତି ବିଷ୍ଣୁ ମହାନ୍ତି କାରଖାନାରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି ତାର ପ୍ରତିକାର ଲାଗି କ’ଣ କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି । ଏକ ପ୍ରତିନିଧି ଦଳ ସହ ସେ ଆଜି ଫ୍ୟାକ୍ଟ୍ରୀ ବୟଲର ବିଭାଗ ମୁଖ୍ୟଙ୍କୁ ରାଉରକେଲାରେ ଭେଟି କାର୍ଯ୍ୟାନୁଷ୍ଠାନ କେବେ ବୋଲି ପ୍ରଶ୍ନ କରିବା ସହ ରାଜ୍ୟ ସରକାର ଆରଏସପିକୁ ଦେଇଥିବା ଫ୍ୟାକ୍ଟ୍ରୀ ଲାଇସେନ୍ସରେ ସିଇଓ ଯାଗାରେ ଇଡି ୱାର୍କସଙ୍କ ନାମ ରଖିବା କଥା ମଧ୍ୟ ଉଠାଇଛନ୍ତି । ଏହାଦ୍ୱାରା ସିଇଓଙ୍କର କୌଣସି ଦାୟିତ୍ୱ ରହୁନି ବୋଲି ସେ ମତ ଦେଇଥିଲେ । କାରଖାନାରେ ଦୁର୍ଘଟଣା ହେଲେ ଏହି ବିଭାଗ କଥା ଉଠୁଛି, ହେଲେ ଦୁର୍ଘଟଣା ରୋକିବା ନେଇ କ’ଣ ପଦକ୍ଷେପ ନିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି । ଯଥା ଶିଘ୍ର କାରଖାନା ଅଇନ ଅନୁଯାୟୀ ପଦକ୍ଷେପ ନିଆ ନଗଲେ ଏହି ଅଫିସକୁ ତାଲା ପକାଜିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ସେହିଭଳି ଶ୍ରମିକ ନେତା ଜର୍ଜ ତିର୍କୀ କହିଛନ୍ତି ଯେ, କାରଖାନା ବିଭାଗର ତଦନ୍ତ ଆଗଉନି, ପୁଲିସ ମଧ୍ୟ ତଦନ୍ତ କରୁଛି, ଏହିସବୁ ସତ୍ୱେ ଯଦି କର୍ଯ୍ୟାନୁଷ୍ଠାନ ବିଳମ୍ବ ହେଉଛି ଓ କାହା ଉପରେ କାହାର ଯଦି ବିଶ୍ୱାସ ରହୁନି ବୋଲି ଧରାଯାଏ ତେବେ ଏହାକୁ ମାନ୍ୟବର ହାଇକୋର୍ଟଙ୍କ ଉପରେ ଛାଡି ଦେଇ ଏକ ଜନସ୍ୱାର୍ଥ ମାମଲା ହେବା ଉଚିତ ବୋଲି ମତ ଦେଇଛନ୍ତି । ବିଷ୍ଣୁ ମହାନ୍ତି କହିଛନ୍ତି ଯେ, ଆରଏସପିର ବିଭିନ୍ନ ମାମଲାକୁ ନେଇ ସିଆଇଟିୟୁ ହାଇକୋର୍ଟଙ୍କ ଦ୍ୱାରାସ୍ଥ ହୋଇଛି । ତେବେ ଏନେଇ ଅନ୍ୟ ଶ୍ରମିକ ମାନଙ୍କ ପ୍ରତିକ୍ରୀୟା ମିଳିନଥିଲେ ବି ବାରମ୍ବାର ଏଭଳି ଅଘଟଣ ଘଟୁଛି । ଆରଏସପିକୁ ଏକ ଦୃଷ୍ଟାନ୍ତମୂଳକ ଶିକ୍ଷା ଦିଆଯାଇ ପାରୁନାହିଁ । ତେଣୁ ରାଉରକେଲାରୁ ଶ୍ରମିକ ସଂଗଠନ, ପଲିଟିକାଲ ଦଳ, ବୁଦ୍ଧିଜୀବି ଜନସ୍ୱାର୍ଥ ମାମଲା ଦାୟର୍ କରିବାକୁ ଆଗେଇ ଆସିବା ଉଚିତ ବୋଲି ମତ ପ୍ରକାଶ ପାଇଛି । ଆରଏସପି ଲାଗି ଜଣେ ମାତ୍ର ଫିଟ୍‌? ରାଉରକେଲା ଇସ୍ପାତ କାରଖାନାରେ ଦୁର୍ଘଟଣା ଘଟି ୪ ଶ୍ରମିକଙ୍କ ପ୍ରାଣ ହାନି ଘଟିଲା । ଏରିଆ ଇନ୍ସପେକ୍ଟରଙ୍କ ବଦଳି ହୋଇଛି ଓ ସେ ଏଯାଏ ଆସିନାହାନ୍ତି ବୋଲି ପ୍ରଚାର ହେବା ପରେ, ଜଣାପଡିଛି ଯେଉଁ ବାବୁ ଏଠାରେ ଥିଲେ ତାଙ୍କର ସିନା ଅନ୍ୟ ଯାଗାକୁ ବଦଳି ହୋଇଛି ହେଲେ ସେ ଇସ୍ପାତ କାରଖାନାରେ ସୁରକ୍ଷା ବ୍ୟବସ୍ଥା ପୁରା ଶୂନ କରି ଏହାର ମୋହରୁ ଖସିପାରିନାହାନ୍ତି । ତାଙ୍କୁ ପୁଣି ଏହି କାରଖାନା ଦାୟିତ୍ୱରେ କୁଆଡେ ରାଜ୍ୟ ବିଭାଗୀୟ ମୁଖିଆ ରଖିଛନ୍ତି । ରାଉରକେଲାରେ ଦିର୍ଘ ୧୦ ବର୍ଷ କାଳ ଜଣେ ଫ୍ୟାକ୍ଟ୍ରୀ ଇନ୍ସପେକ୍ଟର ରହିବା ପରେ ତାଙ୍କର ଝାରସୁଗୁଡାକୁ ବଦଳି ହୋଇଥିଲା । ତାଙ୍କ ଯାଗାରେ ପଙ୍କଜ କୁମାର ବିଶ୍ୱାଳଙ୍କର ଏଠାକୁ ବଦଳି ହୋଇଥିଲା । ହେଲେ ଶ୍ରୀ ବିଶ୍ୱାଳ ଏଯାଏ ଆସି ରାଉରକେଲାରେ ଯୋଗଦାନ କରିନଥିବା ବେଳେ ରାଜ୍ୟ କାରଖାନା ବିଭାଗ ମୁଖ୍ୟ ଏହି ଯାଗାରେ ଥିବା ପୂର୍ବତନ ନିରୀକ୍ଷକ ମନରଞ୍ଜନ ମିଶ୍ରଙ୍କୁ ଝାରସୁଗୁଡା ବଦଳି କରିବା ସତ୍ୱେ ତାଙ୍କୁ ରାଉରକେଲା ଇସ୍ପାତ କାରଖାନା ଅତିରିକ୍ତ ଦାୟିତ୍ୱରେ ରଖିଛନ୍ତି । ସେପଟେ ସେ ୧୦ ବର୍ଷ କାଳ ଏଠାରେ ରହି ଆରଏସପିରେ ଦୁର୍ଘଟଣା ରୋକିବା ନେଇ କିଛି କରିପାରି ନାହାନ୍ତି ତାଙ୍କର କାର୍ଯ୍ୟ କଳାପ ସନ୍ଦେହଜନକ ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ବିଜେପି ଦାବି କରିଛି । ଏତିକି ବେଳେ ସେହି ନିରୀକ୍ଷକ ମଧ୍ୟ ଦୁର୍ଘଟଣା କଥା ତଦନ୍ତ କରୁଛନ୍ତି ଓ ତାଙ୍କ ତଦନ୍ତକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି ।

ତେଣୁ ସରକାଙ୍କ ତାଲିକାରେ ସେହିଁ କଣ ଏକ ମାତ୍ର ପାରିବାର ଅଧିକାରୀ ବୋଲି ପ୍ରଶ୍ନ ହେଉଛି । ସେପଟେ ରାଜ୍ୟରେ ଏହି ବିଭାଗ ଲାଗି ୩୫ ଜଣ ଅଧିକାରୀଙ୍କର ଆବଶ୍ୟକତା ଥିବା ବେଳେ ୨୦ ଜଣଙ୍କୁ ନେଇ କାମ ଚଳାଯାଉଛି । ଫଳରେ ସୁରକ୍ଷା ଅପେକ୍ଷା ନିଜ କାମ ଓ ଚାକିରୀ ବଂଚାଇବାରେ ସମସ୍ତେ ବ୍ୟସ୍ତ ରହୁଥିବା କୁହାଯାଉଛି, ତେଣିକି ସୁରକ୍ଷା କଥା ପଚାରେ କିଏ ।

Leave A Reply

Your email address will not be published.