ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ବେପରୁଆ ଗାଡି ଚାଳକ ଓ କୋଭିଡ଼୍ କଟକଣା ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଗତ ୨୪ ଘଂଟା ମଧ୍ୟରେ ୪୭ଟି ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବା ନେଇ ସୁପାରିଶ କରାଯିବା ସହ ୧ ଲକ୍ଷ ୩୬ ହଜାର ୫୦୦ ଟଙ୍କା ଇ-ଚାଲାଣ ଜାରୀ ହୋଇଛି ।
ବେପରୁଆ ଗାଡି ଚାଳନା ଓ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ବ୍ରହ୍ମପୁର ପୋଲିସ ପକ୍ଷରୁ ଗତ ୨୪ ଘଂଟା ମଧ୍ୟରେ ୨୭୩ ଜଣ ଚାଳକଙ୍କ ଉପରେ ଜୋରିମାନା ଧାର୍ଯ୍ୟ କରାଯୋଇଛି । ସେମାନଙ୍କ ଠାରୁ ମୋଟ୍ ୧ ଲକ୍ଷ ୩୬ ହଜାର ୫୦୦ ଟଙ୍କା ଇ-ଚାଲାଣ କଟାଯାଇଥିବା ନେଇ ବ୍ରହ୍ମପୁର ଏସପି ପୀନାକ ମିଶ୍ର କହିଛନ୍ତି । ସେହିପରି ୪୭ ଜଣଙ୍କ ଡ଼୍ରାଇଭିଂ ଲାଇସେନ୍ସ ରଦ୍ଦ ପାଇଁ ଆରଟିଓଙ୍କୁ ସୁପାରିଶ କରାଯାଇଛି ।