ବିଜୁବାବୁଙ୍କ ନାଁରେ ଦୂତାବାସ କୋଠରୀ
ନୂଆଦିଲ୍ଲୀ: ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କୁ ଇଣ୍ଡୋନେସିଆରେ ସମ୍ମାନ । ସ୍ୱାଧୀନତା ସଂଗ୍ରାମରେ ରହିଥିବା ତାଙ୍କର ଅବଦାନକୁ ପୁଣି ମନେ ପକାଇଛି ଦେଶ । ପାଇଲଟ୍ ହୋଇ ପ୍ରଧାନମନ୍ତ୍ରୀଙ୍କୁ ଉଦ୍ଧାର କରିବା ହେଉ କିମ୍ବା ଅର୍ଥନୀତି ସଂକଟ ସମୟରେ ଦେଶକୁ ଉଦ୍ଧାର କରିବା ହେଉ । ବିଦେଶ ମାଟିରେ ବିଜୁବାବୁଙ୍କୁ ନେତୃତ୍ୱ ଏବଂ ନିଷ୍ଠା ଆଜି ମଧ୍ୟ ଉଜ୍ଜୀବିତ । ଯାହାକୁ ନୂଆଦିଲ୍ଲୀରେ ପୁଣିଥରେ ସ୍ମରଣ କରିଛି ଇଣ୍ଡୋନେସିଆ । ନୂଆଦିଲ୍ଲୀ ଦୂତାବାସର ଏକ କକ୍ଷକୁ ବିଜୁବାବୁଙ୍କ ନାଁରେ ନାମିତ କରାଯାଇଛି । ଏହି କକ୍ଷରେ ରହିବ ବିଜୁବାବୁଙ୍କ ଫଟୋ ଓ ତାଙ୍କ ସମ୍ପର୍କିତ ତଥ୍ୟ । ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଅବଦାନକୁ ସମ୍ମାନ ଦିଆଯାଇଛି । ତାଙ୍କର ଦ୍ୱିତୀୟ ଘର ଇଣ୍ଡୋନେସିଆ ଥିଲା ବୋଲି ଦୂତାବାସ ପକ୍ଷରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି ।