କଳାହାଣ୍ଡି: ଓଡିଶା-ମୋ ପରିବାର ଆନୁକୁଲ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ଭବାନୀପାଟଣା ସମ୍ପ୍ରସାରଣ ପ୍ରଶିକ୍ଷଣ କେନ୍ଦ୍ରରେ ଏକ ଲାପଟପ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାର ଓଡିଶା ଆଦର୍ଶ ବିଦ୍ୟାଳୟର ସିବିଏସସି ଦଶମ ଶ୍ରେଣୀରେ ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ନମ୍ବର ରଖିଥିବା ୧୧ ଜଣ କୃତି ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ମୋ ପରିବାର ତରଫରୁ ଲାପଟପ୍ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ଅକ୍ଷୟ ନନ୍ଦ, ଭବାନୀପାଟଣା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ଡ଼ଃ ଅଜୟ ମିଶ୍ର, ଇଂରାଜୀ ଅଧ୍ୟାପକ ଡଃ ଜୟଦେବ ସାହୁ, ଶିକ୍ଷାବିତ୍ ପରାମାନନ୍ଦ ନନ୍ଦ ଅତିଥି ଭାବରେ ଯୋଗଦେଇ ଉଦବୋଧନ ଦେଇଥିଲେ । ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ଅବିନାଶ ଠାକୁର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ରାଜ୍ୟସଭା ସାସଂଦ ସୁଜିତ କୁମାର, ସଂଗୀତ ନାଟକ ଏକାଡେମୀ ସଚିବ ପ୍ରବୋଦ ରଥ, ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ, ଡିଇଓ ସୁଶାନ୍ତ ଚୋପଦାର, ପ୍ରଦୀପ ମୁଣ୍ଡ, ଯୁବନେତା ମଣ୍ଟୁ ନାଏକ, ଶିକ୍ଷକ ରବି କାନୁନଗୋ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଭବାନୀପାଟଣା ଆଦର୍ଶ ବିଦ୍ୟାଳୟର ସୌରଭ ସ୍ବାଇଁ, ପ୍ରଶାନ୍ତ ହରପାଳ, ତ୍ରିଭୁବନ ନାଗ, କେସିଂଗା ଆଦର୍ଶ ବିଦ୍ୟାଳୟର ଡି ସାହାଣୀ, ଡେନିୟର ସାହା, ମଦନପୁର ରାମପୁର ଓଏଭିର ପ୍ରକାଶ ଦାସ, ଖୁସି ମିଶ୍ର, ନରସିଂହ ପାଣି, ଶ୍ବାତୀ ସାହୁ, ଶୈଳେଶ ପାଣିଗ୍ରାହୀ, ରୋଜାଲିନ ପ୍ରଧାନ ସମେତ ୧୧ ଜଣଙ୍କୁ ଓଡିଶା ମୋ ପରିବାର ତରଫରୁ ଲାପଟପ୍ ବଣ୍ଟନ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.