ରାସ୍ତା ମଝିରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର

190

ଗଞ୍ଜାମ: ଆଜି ସକାଳେ ୧୬ ନଂ ଜାତୀୟ ରାଜପଥର ତାମ୍ପରା ଠାରେ ଘନ କୁହୁଡ଼ି ଯୋଗୁଁ ଏକ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଦୁର୍ଘଟଣାସ୍ଥଳରୁ ଉଭୟ ପାଶ୍ୱର୍ର ରାସ୍ତାକୁ ପୋଲିସ ପକ୍ଷରୁ ବନ୍ଦ କରାଯାଇଥିବାରୁ ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ସଂଖ୍ୟାରେ ଯାନବାହନ ଅଟକି ରହିଛି । ଏହି ଖବର ପାଇ ଏକ ପୋଲିସ ଭ୍ୟାନ୍ ଘଟଣାସ୍ଥଳକୁ ଯାଉଥିବା ବେଳେ ହଠାତ୍ ଏକ ସାଇକେଲ୍ ଚାଳକ ପୋଲିସ ଗାଡି ସମ୍ମୁଖକୁ ଆସି ଯିବାରୁ ତାକୁ ବଂଚାଇବାକୁ ଯାଇ ଭ୍ୟାନ୍ ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଭ୍ୟାନ୍ ରେ ଥିବା ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ତନ୍ମଧ୍ୟରୁ ୪ ଙ୍କୁ ଏମକେସିଜିରେ ଭର୍ତି କରାଯାଇଥିବା ବେଳେ ଜଣଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.