ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲା : ବ୍ରେନ୍ ମ୍ୟାପିଂ ଆବେଦନ ଉପରେ ଶୁଣାଣି ପାଇଁ ଅଭିଯୁକ୍ତକୁ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ରେ ହାଜର କରାଇଲା ଏସଆଇଟି

151

ନୟାଗଡ଼: ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକକୁ ଆଜି ଜୁଭେନାଇଲ ଜଷ୍ଟିସ ବୋର୍ଡ଼ (ଜେଜେବି) ରେ ହାଜର କରାଇଛି ଏସଆଇଟି । ବ୍ରେନ୍ ମ୍ୟାପିଂ ଆବେଦନ ଉପରେ ଶୁଣାଣି ପାଇଁ ଏସଆଇଟି ପକ୍ଷରୁ ଅଭିଯୁକ୍ତକୁ ହାଜର କରାଯାଇଥିଲା । ବ୍ରେନ ମ୍ୟାପିଂ ନେଇ ଜେଜେବିରେ ଆବେଦନ କରିଥିଲା ଏସଆଇଟି । ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ଏସଆଇଟି ଅଭିଯୁକ୍ତକୁ ପୋକ୍ସୋ କୋର୍ଟରେ ହାଜର କରାଇଥିଲା । ଏପରିକି ଏସଆଇଟି ପୂର୍ବରୁ ଅଭିଯୁକ୍ତକୁ ତିନି ଦିନିଆ ରିମାଣ୍ଡରେ ନେଇ ହତ୍ୟାକାଣ୍ଡ ସମ୍ପର୍କରେ ପଚରା ଉଚୁରା କରିବା ସହ ଏନେଇ ତଥ୍ୟ ସଂଗ୍ରହ କରିଥିଲା ।

Leave A Reply

Your email address will not be published.