ବାରିଣିପୁଟ – ବୋରିଗୁମ୍ମା ରାସ୍ତା ଅବସ୍ଥା ଶୋଚନିୟ : ପ୍ରତିବାଦରେ ବସ୍ ମାଲିକ ସଂଘ ପକ୍ଷରୁ ରାସ୍ତାରୋକ

153

ଜୟପୁର: ଜୟପୁର ଦେଇ ଯାଇଥିବା ଜାତୀୟ ରାଜପଥର ବାରିଣିପୁଟ ଠାରୁ ବୋରିଗୁମ୍ମା ଯାଏ ରାସ୍ତା ଅବସ୍ଥା ଶୋଚନିୟ ହୋଇପଡିଛି । ଯାହାର ପ୍ରତିବାଦରେ ଆଜି ଘରୋଇ ବସଷ୍ଟାଣ୍ଡ ନିକଟରେ ବସ୍ ମାଲିକ ସଂଘ ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରାଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆସନ୍ତା ଫେବୃଆରୀ ୨ ତାରିଖ ସୁଦ୍ଧା ରାସ୍ତା ନିର୍ମାଣ ନହେଲେ ଆଇନ ଅମାନ୍ୟ ଆନ୍ଦୋଳନ କରି ରାସ୍ତା ଘାଟ ବନ୍ଦ କରାଯିବ । କୋରପୁଟ ଜିଲାର ସମସ୍ତ ଚକ, ଅଖ ବନ୍ଦ ରହିବ ବୋଲି ଆଜି ମାଲିକ ସଂଘର ସାଧାରଣ ସମ୍ପାଦକ ଦୁର୍ଗା ତ୍ରିପାଠି ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଏନେଇ ବାରମ୍ବାର ପ୍ରଶାସନ ନିକଟର ଦାବୀ କଲେ ବି ସମସ୍ୟାର ସମାଧାନ ହେଉ ନାହିଁ । ଶେଷରେ କିଛି ଚାରା ନ ପାଇଁ ରାଜ ରାସ୍ତାକୁ ଓହ୍ଲାଇଛୁ ବୋଲି ଆଜି ଘରୋଇ ବସ୍ ମାଲିକ ସଂଘ ଅଭିଯୋଗ କରିଛି । ଦୀର୍ଘ ବର୍ଷ ଧରି ରାସ୍ତା ମରଣ ଯନ୍ତା ପାଲଟିଥିବା ବେଳେ ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣା ଘଟୁଛି । ନିରିହ ଲୋକଙ୍କ ଜୀବନ ଯାଉଛି । କ୍ଷତିଗ୍ରସ୍ତ ପରିବାରକୁ କିଏ କ୍ଷତିପୁରଣ ଦେବ ଓ ରାସ୍ତା ନିର୍ମାଣ ଠିକା ସଂସ୍ଥା ନା ବିଭାଗିୟ ଅଧିକାରିଙ୍କ ନାମରେ ୩୦୨ ଦଫାରେ ମାମଲା ରୁଜୁ ହେବ ବୋଲି ପ୍ରଶ୍ନ କରିଛି ସଂଘ । କରୋନା ମହାମାରି ସମୟେ ବସ୍ ମାଲିକ ମାନେ ବହୁ କ୍ଷତି ସହିଥିବା ବେଳେ ବର୍ତମାନ ରାସ୍ତା ଖରାପ ଯୋଗୁଁ ବସ୍ ବାହାରିବା ମାତ୍ରେ ସବୁ ଦିନ କଣ ନ କଣ ଯନ୍ତ୍ର ପାତି ନଷ୍ଟ ହେଉଛି । କେତେ ବେଳେ ଚେଚିସ ଭାଙ୍ଗି ଯାଉଛି, ବୋଡି ଭାଙ୍ଗି ଯାଉଛି । ବସ ମାଲିକ ମାନେ ବହୁ କ୍ଷତି ସହିଲେଣି । ତେଣୁ ପ୍ରଶାସନ ଧାର୍ଯ୍ୟ ସମୟ ଭିତରେ ରାସ୍ତା ନିର୍ମାଣ ନକେଲେ ଆଇନ ଆମାନ୍ୟ ଆନ୍ଦୋଳନ କରିବା ସହ ଆଗକୁ ଯାହା ହେବ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଚେତାବନି ଦେଇଛି ସଂଘ ।

Leave A Reply

Your email address will not be published.