ମାଲକାନଗିରି: ମାନ୍ୟବର ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମାଲକାନଗିରି ଜିଲ୍ଲାକୁ ଅ।ଜି ଦିନିକିଆ ଗସ୍ତରେ ଆସି ମାଲକାନଗିରି ସଦର ବ୍ଲକର ପଞ୍ଚାୟତ ସମିତି ବୈଠକରେ ଯୋଗଦେଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିବା ସହ ମାଲକାନଗିରି ପୌରପରିଷଦର ୮,୧୭,୧୮ ନମ୍ବର ୱାର୍ଡର ଆଶୀର୍ବାଦ କଲୋନୀ, ବୁଟିଗୁଡା, ବଣ୍ଡାବାକୁଳିଗୁଡା ଓ ନୂଆଁଗୁଡା ସାହିରେ ପହଞ୍ଚି ଲୋକଙ୍କ ସହ ମିଶି ୱାର୍ଡ ସମସ୍ୟା ଓ ଲୋକଙ୍କ ବିଭିନ୍ନ ମୌଳିକ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ମାଲକାନଗିରି ପୌର ପରିଷଦର ବାଲି ସାଗର ପୁନ୍ନଉଦ୍ଧାର ଓ ଅଲୋକୀକରଣ ବ୍ୟବସ୍ଥା ପାଇଁ ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କ ଆଲୋଚନା କରିଥିଲେ । ଏହି ଅବସରରେ ପୂର୍ବତ୍ତନ ବିଧାୟକ ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ, ପୂର୍ବତନ ପୌର ଅଧ୍ୟକ୍ଷା ରାଜବନ୍ତ କୌର, ବରିଷ୍ଠ ବିଜେଡି ନେତା ଗୋପାଳ ପଣ୍ଡା, ରାଜେନ୍ଦ୍ର ପଣ୍ଡା, ପ୍ରଭାକର ପ୍ରଧାନ, ସାଂଗଠନିକ ସମ୍ପାଦକ ନୃସିଂହ ଚରଣ ମହାନ୍ତି, ଉପଦେଷ୍ଟା କେଶବ ନାୟକ, ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ ବାରିକ, ଯୁବ ନେତା ହୃଦାନନ୍ଦ ସାହୁ, ଯୁବ ସଭାପତି ଆଡ଼ମା ରାବା, ମା ଘର ସଭାନେତ୍ରୀ ପ୍ରଶାନ୍ତି ଲତା ବିଶୋଇ, ଜଗବନ୍ଧୁ ପଢ଼ିଆରୀ, ବରିଷ୍ଠ ସାମ୍ବାଦିକ ଭାସ୍କର ବେହେରା ଓ ଏମ୍ .ଇଉ .ଜେ ସଭାପତି ଗୋପୀକୃଷ ପଟ୍ଟନାୟକ ପ୍ରମୁଖଙ୍କ ସହ ବିଜୁ ଯୁବ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.