ଭବାନୀପାଟଣା, ୧୩ ଜାନୁଆରୀ (ହି.ସ.)- କଳାହାଣ୍ଡି ଜିଲ୍ଲା ୨୬ ନଂ ଜାତୀୟ ରାଜପଥର ଆମପାଣି ଘାଟିର ବୁଲାଣିରେ ଆଜି ସକାଳେ ଏକ ବସ୍ କୁହୁଡ଼ି ଯୋଗୁଁ ପଥହରା ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବସ୍ ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା । ବସ୍ ରେ ୪୦ ଜଣ ଯାତ୍ରୀ ଯାତ୍ରା କରୁଥିବା ବେଳେ ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ନିମନ୍ତେ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ସୂଚନା ଅନୁଯାୟୀ, ଦିଲଖୁସ୍ ନାମକ ଏହି ବସ୍ ଟି ଭୁବନେଶ୍ୱରରୁ ମାଲକାନଗିରି ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ।
Sign in
Sign in
Recover your password.
A password will be e-mailed to you.