ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ

163

କଟକ: କଟକ ଏସସିବି କୋଭିଡ଼୍ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ ଘଟିଛି । ଆଜି ଅପରାହ୍ନ ୪ଟା ୧୫ ମିନିଟ୍ ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି । କରୋନାରେ ଆକ୍ରାନ୍ତ ହୋଇ ସେ ୨୦ ଦିନ ହେଲା ହସ୍ପିଟାଲରେ ଚିକିତ୍ସାଧିନ ରହିଥିଲେ । ଜଣେ ଅମାୟିକ ବ୍ୟକ୍ତିତ୍ୱ ଭାବେ ପରିଚିତ ଡି. ପ୍ରକାଶ ରାଓ ୨ ଶହରୁ ଅଧିକ ଥର ରକ୍ତଦାନ କରିଥିଲେ । ଚା ଦୋକାନ କରିବା ସହ ଲବ୍ଧ ଅର୍ଥରେ ସେ ବସ୍ତି ପିଲାଙ୍କୁ ପାଠ ପଢାଉଥିଲେ । ଗରିବ ବସ୍ତି ପିଲାଙ୍କ ପାଇଁ ସ୍କୁଲ ପ୍ରତିଷ୍ଠା କରିଥିଲେ ।

Leave A Reply

Your email address will not be published.