ରାୟଗଡ: ରାୟଗଡ ଜିଲ୍ଲାରେ କୃଷି ଓ ଉଦ୍ୟାନ କୃଷିଜାତ ଦ୍ରବ୍ୟର ସମ୍ଭବ୍ୟ ଉତ୍ପାଦନକୁ ଦୃଷ୍ଟିରେ ରଖି କୃଷକ ଉତ୍ପାଦକ ସଙ୍ଘ ଗଠନ କରାଯିବା ନିମନ୍ତେ ଆଜି ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତରେ ଜିଲ୍ଲା ମିନିଟରିଂ କମିଟି ବୈଠକ ବସିଥିଲା ।
ଏହି ବୈଠକରେ ମୁଖ୍ୟତଃ ଜିଲ୍ଲାରେ ନିର୍ଦିଷ୍ଟ ଅଞ୍ଚଳରେ ଯେଉଁ କୃଷିଜାତ ଦ୍ରବ୍ୟ ବିଶେଷ ଭାବେ ଉତ୍ପାଦନ ହେଉଛି ସେହି ଅଞ୍ଚଳର ଚାଷୀଙ୍କୁ ନେଇ ସଙ୍ଘ ଗଠନ କରିଯିବ । ଜିଲ୍ଲାର ବିଭିନ୍ନ ବ୍ଲକରେ ଭିନ୍ନ ଭିନ୍ନ ପ୍ରକାର ଫଳ ପରିବା ଚାଷ କରଯାଉଛି । ବିଶେଷ କରି କାଶୀପୁର ବ୍ଲକରେ ଆମ୍ବ, ବିଷମ କଟକରେ ସପୁରୀ, ଗୁଣପୁର, ରାମନାଗୁଡ଼ା, ପଦ୍ମପୁର ବ୍ଲକରେ କାଜୁ, ଗୁଡାରି ମୁନିଗୁଡା ଚନ୍ଦ୍ରପୁରରେ ଜୈବିକ ପରିବା ଚାଷ କରାଯାଉଥିବାରୁ ସେହିପରି ଚାଷୀ ମାନଙ୍କୁ ନେଇ କୃଷି ଉତ୍ପାଦକ ସଙ୍ଘ ଗଠନ କରିଯିବା । ଜିଲ୍ଲାର ୧୧ ଗୋଟି ବ୍ଲକରେ ୧୧ ଗୋଟି କୃଷି ଉତ୍ପାଦକ ସଙ୍ଘ ଗଠନ କରିଯିବ । ବ୍ଲକର ସମ୍ଭlବ୍ୟ ଉତ୍ପାଦନକୁ ଦେଖି ସେହିପରି ବ୍ଲକର ପ୍ରାୟ ୩୦୦ ରୁ ୫୦୦ ଚାଷୀଙ୍କୁ ଚିନ୍ହଟ କରାଯିବ ଏବଂ ସଙ୍ଘ ଗଠନ କରିଯିବା । ଜିଲ୍ଲା କୃଷି ବିଭାଗ ଓ ଉଦ୍ୟlନ ବିଭାଗ ପ୍ରତକ୍ଷ ତତ୍ବବଧାନରେ ଏହି ସଙ୍ଘ ପରିଚାଳିତ ହେବ ଏବଂ ଏଥି ନିମନ୍ତେ ଉପନିର୍ଦ୍ଦେଶକ ନାବାର୍ଡ ସହଯୋଗ କରିବେ । ଏଥି ନିମନ୍ତେ ଆବଶ୍ୟକ ଜ୍ଞାନ କୌଶଳ କୃଷି ବିଜ୍ଞାନ କେନ୍ଦ୍ରା ଗୁଣପୁର ଯୋଗାଇବ । କୃଷିଜାତ ଦ୍ରବ୍ୟର ଉତ୍ପାଦନକୁ ନେଇ ସେହିପରି ଅଞ୍ଚଳରେ କ୍ଲଷ୍ଟର ବେସ ବିଜିନେସ ଅର୍ଗାନାଇଜେସନ ଗଠନ କରାଯିବ ଉତ୍ପାଦନ ଭିତିକ କୃଷି ସଙ୍ଘ ଗଠନ ନିମନ୍ତେ ଚାଷୀଙ୍କୁ ଚିନ୍ହଟ ପାଇଁ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଓ ଜିଲା ମୁଖ୍ୟକୃଷି ଅଧିକାରୀଙ୍କୁ ଜିଲ୍ଲାପାଳ ଦାୟିତ୍ୱ ଦେଇଛନ୍ତି ।
ଏହା ଦ୍ୱାରା ଚାଷୀ ମାନେ ବିଶେଷ ଭାବେ ଉପକୃତ ହେବେ ।
ଆଜିର ଏହି ମନିଟରିଙ୍ଗ କମିଟି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଂସ୍ଥା ଶ୍ରୀ ଭୀମସେନ ଶବର, ଜିଲା ମୁଖ୍ୟ କୃଷି ଅଧିକାରୀ, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ, ପ୍ରକଳ୍ପ ବିର୍ଦ୍ଦେଶକ ଜଳଛାୟା ମିଶନ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଜିଲ୍ଲାର ମତ୍ସ୍ୟ ଅଧିକାରୀ, ଅତିରକ୍ତ ଉପନିର୍ଦ୍ଦେଶକ ନାବାର୍ଡ, ଡିପିଏମ ଓଡିଶା ଜୀବିକା ମିଶନ, ଜିଲ୍ଲା ନିବନ୍ଧକ ସମବାୟ ସଂସ୍ଥା ପ୍ରମୁଖ ଯୋଗଦାନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post