ଭୁବନେଶ୍ୱର: କିଡ୍ନୀ ଦେବା ନାଁରେ ଟଙ୍କା ଆଦାୟ କରୁଥିବା ଜଣେ ଠକକୁ ଗିରଫ କରିଛି କମିସନରେଟ୍ ପୋଲିସ । ଏହି ଠକଜଣକ ହେଲା କେନ୍ଦ୍ରାପଡ଼ା ଜିଲ୍ଲା ଖଣ୍ଡପଡ଼ା ଅଞ୍ଚଳର ହିମାଂଶୁ ନନ୍ଦ । ଦେଖିବାକୁ ବେଶ୍ ନିରୀହ ଦେଖାଯାଉଥିଲେ ହେଁ ତାର କାରନାମା ଶୁଣିଲେ ଯେକେହିବି ତାଜୁବ୍ ହୋଇଯିବ । ତେବେଳେ କୌଣସି ଲୋକ କିଡ୍ନୀ ରୋଗରେ ପୀଡ଼ିତ ହେବା ପରେ ତା ପରିବାର ଅସହାୟ ହୋଇପଡେ, ସେହି ସମୟରେ ଏହାର ଫାଇଦା ଉଠାଇଥାଏ ହିମାଂଶୁ । ଅଶୋକ ନାୟକଙ୍କୁ କିଡ୍ନୀ ପ୍ରତିରୋପଣ କରିବ କହି ୧୮ଲକ୍ଷ ୫୩ହଜାର ଟଙ୍କା ଠକି ନେଇଛି ହିମାଂଶୁ । ଏଥିନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଛି । ଅଶୋକଙ୍କ ଏକ ଘରୋଇ ହସ୍ପିଟାଲରେ ଡାଏଲିସିସ୍ ଚାଲିଥିବା ବେଳେ ତାଙ୍କୁ ଟାର୍ଗେଟ୍ କରିଥିଲା ଏହି ଠକ ।
Sign in
Sign in
Recover your password.
A password will be e-mailed to you.