ସେନା ଦିବସରେ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

150

ନୂଆଦିଲ୍ଲୀ: ସେନା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ସେନା ଦିବସ ଅବସରରେ ସେନାରେ କାର୍ଯ୍ୟରତ ସାହସୀ ପୁରୁଷ ଓ ମହିଳା ମାନଙ୍କୁ ଅଭିନନ୍ଦନ ଜଣାଇଛି । ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ସୈନିକ ମାନଙ୍କୁ ଆମେ ସ୍ମରଣ କରୁଛୁ । ଆମର ସାହସୀ ପ୍ରତିବଦ୍ଧ ସୈନିକ, ପୂର୍ବତନ ସୈନିକ ଓ ସେମାନଙ୍କ ପରିବାର ପ୍ରତି ଭାରତ ସବୁବେଳେ କୃତଜ୍ଞ ରହିବ ।

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନା ଦିବସ ଅବସରରେ ଶୁଭକାମନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ “ମା ଭାରତୀର ସେବାରେ ସବୁବେଳେ ତତ୍ପର ଦେଶର ପରାକ୍ରମୀ ସୈନିକ ଓ ତାଙ୍କର ପରିବାର ଲୋକଙ୍କୁ ସେନା ଦିବସରେ ହାର୍ଦିକ ଶୁଭକାମନା । ଆମର ସେନା ଶକ୍ତିଶାଳୀ, ସାହସୀ ଓ ସଂକଳ୍ପବଦ୍ଧ, ଯାହା ଆମ ଦେଶର ମସ୍ତକକୁ ଗର୍ବରେ ଉଚ୍ଚ କରି ରଖିଛି । ସମସ୍ତ ଦେଶବାସୀଙ୍କ ପକ୍ଷରୁ ଭାରତୀୟ ସେନାକୁ ମୋର  ପ୍ରଣାମ । ”
Leave A Reply

Your email address will not be published.