ସ୍କୁଟି-ଟ୍ରାକ୍ଟର ଧକ୍କାରେ ଜଣେ ମୃତ

150

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରେ ସ୍କୁଟି ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହେବା ଫଳରେ ସ୍କୁଟି ଚାଳକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ସୂଚନା ଅନୁସାରେ ଭବାନୀପାଟଣାର ରୁଦ୍ର ନାରାୟଣ ନାଏକ ଓ ରଫିସ ନାଏକ ଧର୍ମଗଡ଼ ନିକଟସ୍ଥ ସୋସିଆ ଗ୍ରାମରୁ ଭବାନୀପାଟଣା ନିଜ କାମ ସାରି ସ୍କୁଟି ଓଡ଼ି ୦୮ ଏମ ୩୨୨୬ ଆସୁଥିବା ବେଳେ ଧର୍ମଗଡ଼ ପଟୁ ଆସୁଥିବା ଏକ ଟ୍ରାକ୍ଟରରେ ସ୍କୁଟିର ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲେ । ଫଳରେ ସ୍କୁଟି ଚାଳକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଦମକଳ ବାହିନୀ ସୂଚନା ପାଇ ଘଟଣା ସ୍ଥଳରେ ପହଂଚିବା ପରେ ଗୁରୁତର ଆହତ ହୋଇଥିବା ସ୍କୁଟି ଚାଳକ ରୁଦ୍ର ନାରାୟଣ ନାଏକଙ୍କୁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାଂନ୍ତରିତ କରିଥିଲେ । ଡାକ୍ତରଖାନାରେ ଡ଼. ସଦାନନ୍ଦ ପାଣିଗ୍ରାହୀ ମୃତ୍ୟୁ ଘୋଷଣା କରିଥିଲେ । ମୃତ ଦେହରେ କୌଣସି ଆଘାତ ନ ଥିବାରୁ ପରିବାର ପକ୍ଷରୁ ପୁନର୍ବାର ଚିକିତ୍ସା ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା । ପରେ ଉପଖଣ୍ଡ ଥାନା ଅଧିକାରୀ ନାରାୟଣ ନାୟକ ଓ ଧର୍ମଗଡ଼ ଥାନା ଅଧିକାରୀ ଟୁନା ସେଠି ପହଞ୍ଚି ପରିବାର ଲୋକଙ୍କୁ ବୁଝାଇବା ଫଳରେ ସମସ୍ତେ ଚୁପ ରହିଥିଲେ ।

Leave A Reply

Your email address will not be published.