ଆଜି ଉଦ୍ଘାଟିତ ହେବ ସଡକ ସୁରକ୍ଷା ମାସ

159

ନୂଆଦିଲ୍ଲୀ: ସଡ଼କ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ଏବଂ ଭାରତରେ ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ଆଜି ଜାତୀୟ ସଡକ ସୁରକ୍ଷା ମାସ ମହୋତ୍ସବ ଉଦ୍ଘାଟିତ ହେବାକୁ ଯାଉଛି । ବିଜ୍ଞାନ ଭବନଠାରେ ଆସନ୍ତାକାଲି ଏହି ମହୋତ୍ସବର ଉଦ୍ଘାଟନୀ କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର ହୋଇଛି । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ତଥା ଏମଏସଏମଇ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ଏହାକୁ ଉଦ୍ଘାଟନ କରିବେ । କେନ୍ଦ୍ର ସଡକ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ ଜେନେରାଲ (ଅବସରପ୍ରାପ୍ତ) ଶ୍ରୀ ଭି.କେ ସିଂ ଏବଂ ନୀତି ଆୟୋଗ ସିଇଓ ଶ୍ରୀ ଅମିତାଭ କାନ୍ତ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ ।

ଏହି ମାସିକିଆ କାର୍ଯ୍ୟକ୍ରମରେ ସଡକ ସୁରକ୍ଷା ଉପରେ ଏକ ଚଳଚ୍ଚିତ୍ରର ଶୁଭାରମ୍ଭ, ୱାଘା ବର୍ଡରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏକ ଜାତୀୟ ଚାମ୍ପିଅନସିପ ସେଫ ସ୍ପିଡ ଚ୍ୟାଲେଞ୍ଜର ଶୁଭାରମ୍ଭ ଏବଂ ସଡକ ସୁରକ୍ଷା ପାଇଁ ପୁରସ୍କାର ପ୍ରଦାନ ଇତ୍ୟାଦି କାର୍ଯ୍ୟକ୍ରମ ରହିଛି । ରାଜ୍ୟ ସରକାର, ବେସରକାରୀ ସଂସ୍ଥା ଏବଂ ବୀମା କମ୍ପାନୀଗୁଡିକ ସେମିନାର, ୱାକାଥନ, ପୋଷ୍ଟର ତିଆରି ପ୍ରତିଯୋଗିତା ଦ୍ୱାରା ସଚେତନତା ସୃଷ୍ଟି କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିବେ ।

Leave A Reply

Your email address will not be published.