କୋରାପୁଟ: କୋରାପୁଟ ସହରରେ ଗତ କିଛିଦିନ ହେବ ବଢି ଚାଲିଥିବା ଚୋରି ଓ ଡକାୟତିର ମୁଖ୍ୟ ଅଭିଯୁକ୍ତ ଟିକିରା ସାହିର କାର୍ତ୍ତିକ ଖିଲ ଓ ପୁରୁଣା କୋରାପୁଟରେ ରହୁଥିବା ତାର ସହଯୋଗୀ ଆଦିତ୍ୟ ଖରାକୁ କୋରାପୁଟ ଟାଉନ ଥାନା ପୋଲିସ ଗିରଫ କରିଛି । ଏସଡିପିଓ ଗୁଣନିଧି ମଲ୍ଲିକଙ୍କ କହିବାନୁଯାୟୀ ଗତ ଦୁଇ ମାସ ମଧ୍ୟରେ ସହରରେ ସଂଗଠିତ ହୋଇଥିବା ଚାରୋଟି ଗମ୍ଭୀର ଚୋରି ଓ ଡକାୟତି ମାମଲାରେ ସେମାନେ ଜଡିତ ଅଛନ୍ତି ।ଲୁଟ କରିଥିବା ଲାପଟପକୁ ବିକ୍ରି କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଖବର ପାଇଁ କୋରାପୁଟ ଟାଉନ ପୋଲିସ ଦ୍ୱାରା ଚଢ଼ାଉ କରାଯାଇ ସେମାନଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ପାଖରୁ ଚାରୋଟି ସୁନା ଚେନ , ତିନି ହଳ ସୁନାର କାନ ଫୁଲ, ତିନୋଟି ସୁନାମୁଦି, ଆଠଟି ମୋବାଇଲ ଫୋନ, ଗୋଟାଏ ଲାପଟପ ଓ ଟ୍ୟାବ, ଗୋଟିଏ ସ୍କୁଟି, ଓ ଗୋଟିଏ ସାଇକେଲ ସହ ଚୋରି କରିବା ପାଇଁ ବ୍ୟବହାର କରାଯାଉଥିବା ବିଭିନ୍ନ ମାରଣାସ୍ତ୍ର ସରଞ୍ଜାମ ଜବତ କରାଯାଇଛି । ଗତ କିଛି ଦିନ ହେବ ସେ ହାଜତରୁ ମୁକୁଳିଥିଲା । କାର୍ତିକ ଓ ତା ସାଥୀଙ୍କ ନାମରେ ଏକାଧିକ ମାମଲା ରହିଥିବା ଏସଡିପିଓ ଶ୍ରୀ ମଲ୍ଲିକ ଜଣାଇଛନ୍ତି । ଆଜି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ସହିତ ଆଗାମୀ ଦିନରେ କୋରାପୁଟରେ ହେଉଥିବା ସମସ୍ତ ଚୋରି ଡକାୟତି ରାହାଜାନିକୁ ରୋକିବା ପାଇଁ କୋରାପୁଟ ପୁଲିସ ସବୁ ସମୟରେ ସଜାଗ ରହିଛନ୍ତି ବୋଲି ଏସଡ଼ିପିଓ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.