କୋଭିଡ ଲଢ଼େଇରେ ଭାରତର ଉଲ୍ଲେଖନୀୟ ସଫଳତା; ୬ ମାସ ଏବଂ ୨୪ ଦିନ ପରେ ସକ୍ରିୟ କରୋନା ମାମଲା ୨ ଲକ୍ଷରୁ ହ୍ରାସ

158

ନୂଆଦିଲ୍ଲୀ: ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇଛି । ମୋଟ କରୋନା ସକ୍ର୍ରିୟ ମାମଲା ୨ ଲକ୍ଷ ତଳକୁ ଅର୍ଥାତ ୧,୯୭,୨୦୧କୁ ଖସି ଆସିଛି । ଏହା ମୋଟ କରୋନା ମାମଲାର ମାତ୍ର ୧.୮୬ % । ୨୦୭ ଦିନ ପରେ ଏହା ସର୍ବନିମ୍ନ । ୨୦୨୦ ଜୁନ୍ ୨୭ ରେ ମୋଟ ସକ୍ରିୟ ମାମଲା ଥିଲା ୧,୯୭,୩୮୭ ।

ବିଗତ ୨୪ ଘଣ୍ଟା ମଧ୍ୟରେ ୧୬,୯୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ଫଳରେ ମୋଟ ସକ୍ରିୟ ମାମଲାରେ ସିଧାସଳଖ ୩୩୨୭ ହ୍ରାସ ପାଇଛି ।

ସକ୍ରିୟ କରୋନା ମାମଲା ଗୁଡ଼ିକ ମଧ୍ୟରୁ ୭୨% କେବଳ ଆସିଛି ମାତ୍ର ୫ ରାଜ୍ୟରୁ । ୩୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୧୦ ହଜାରରୁ କମ୍ ସକ୍ରିୟ ମାମଲା ରହିଛି। ଭାରତରେ ଦୈନିକ ନୂଆ କରୋନା ମାମଲାରେ ଦ୍ରୁତ ହ୍ରାସ ହେଉଥିବାରୁ ସକ୍ରିୟ କରୋନା ମାମଲା ମଧ୍ୟ ହ୍ରାସ ପାଉଛି । ବିଗତ ୭ ଦିନ ଧରି ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ କମ୍ କୋଭିଡ-୧୯ ମାମଲା ଚିହ୍ନଟ ହେବା କ୍ଷେତ୍ରରେ ବିଶ୍ୱରେ ଭାରତ ଅନ୍ୟତମ ରାଷ୍ଟ୍ର ।

୨୦୨୧ ଜାନୁଆରୀ ୨୦ ତାରିଖ ସକାଳ ୭ ଟା ସୁଦ୍ଧା ମୋଟ ୬,୭୪,୮୩୫ ଜଣ ହିତାଧିକାରୀଙ୍କ ଟିକାକରଣ କରାଯାଇଛି । ବିଗତ ୨୪ ଘଣ୍ଟାରେ 3860 ସେସନରେ ୨,୨୦,୭୮୬ ଜଣଙ୍କ ଟିକାକରଣ କରାଯାଇଛି । ଏ ପର୍ଯ୍ୟନ୍ତ ମୋଟ ୧୧,୭୨୦ ସେସନ୍ସ କରାଯାଇଛି ।

ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ଏବେ ୧,୦୨ କୋଟି (୧୦,୨୪୫,୭୪୧) କିଛି ଦିନ ତଳେ ମୋଟ ସୁସ୍ଥଙ୍କ ସଂଖ୍ୟା ସକ୍ରିୟ କରୋନା ମାମଲା ତୁଳନାରେ 1କୋଟି ଅଧିକ ହୋଇସାରିଛି । ଏବେ ଏହି ପାର୍ଥକ୍ୟ ୧୦,୦୪୮,୫୪୦ ହୋଇଛି । ସୁସ୍ଥ ହାର ଆଜି ୯୬.୭୦% କୁ ବୃଦ୍ଧି ପାଇଛି । ଦୈନିକ କରୋନା ମାମଲାରୁ ସୁସ୍ଥଙ୍କ ସଂଖ୍ୟା ପଛରେ ପକାଉଥିବାରୁ ଏହି ପାର୍ଥକ୍ୟ ବୃଦ୍ଧି ପାଇଚାଲିଛି ।

ନୂଆ ସୁସ୍ଥଙ୍କ ମଧ୍ୟରୁ ୮୦.୪୩% ଆସିଛନ୍ତି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୪୫୧୬ ଜଣ ସୁସ୍ଥ ହୋଇଛନ୍ତି । ଏହା ପଛକୁ କେରଳରେ ୪୨୯୬ ଏବଂ କର୍ଣ୍ଣାଟକରେ ୮୦୭ ଜଣ ସୁସ୍ଥ ହୋଇଛନ୍ତି ।

ନୂଆ କରୋନା ମାମଲା ମଧ୍ୟରୁ ୭୯.୨% ଆସିଛନ୍ତି ସାତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । କେରଳରେ ଗୋଟିଏ ଦିନରେ ସର୍ବାଧିକ ୬୧୮୬ ଜଣ ଚିହ୍ନଟ ହୋଇଛନ୍ତି । ଏହା ପଛକୁ ମହାରାଷ୍ଟ୍ରେରେ ୨୨୯୪ ଜଣ ଚିହ୍ନଟ ହୋଇଛନ୍ତି ।

ଦୈନିକ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି । ଆଜି ୧୬୨ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ ୭୧.୬% ମୃତ୍ୟୁ ହୋଇଛି ୬ ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ।

ମହାରାଷ୍ଟ୍ରରେ ସର୍ବାଧିକ ୫୦ ଜଣଙ୍କ ମୃତ୍ୟୁ ହୋଇଛି । କେରଳରେ ୨୬ ଓ ପଶ୍ଚିମବଙ୍ଗରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.