ଗଞ୍ଜାମ: ଏକ ବସ୍ ଭାରସାମ୍ୟ ହରାଇ ପାହାଡ଼ ତଳକୁ ଖସିପଡିଥିବା ବେଳେ ସୌଭାଗ୍ୟବଶତଃ ଦୁର୍ଘଟଣାରୁ ଅଳ୍ପକେ ବର୍ତିଛନ୍ତି ସମସ୍ତ ଯାତ୍ରୀ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବୁରତାଲ ନିକଟରେ ଘଟିଯାଇଛି ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।
ବୁରତାଲ ଏକ୍ସପ୍ରେସ ନାମକ ଏହି ବସ୍ ନଂ ଓଆର୦୫ ଡବ୍ଲୁ୨୮୫୬ ଆଜି ସକାଳେ ପାହାଡ଼ରୁ ୧୫ ମିଟର ତଳକୁ ଖସି ପଡିଛି । ତେବେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତିଛନ୍ତି ଯାତ୍ରୀ । ଗାଡି ପୂଜା କରି ବସ୍ ହେଲପର ଗାଡି ଚଳାଇ ଯାତ୍ରୀଙ୍କୁ ବସାଇବାକୁ ଯାଉଥିବା ବେଳେ ଅସାବଧାନତାବଶତଃ ଏହି ଦୁର୍ଘଟଣା ଘଟିଥିଲା । ଫଳରେ ବସ୍ ର ହେଲପର୍ ରଜନୀକାନ୍ତ ମହାନ୍ତି ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ବସ୍ ରେ କୌଣସି ଯାତ୍ରୀ ବସିବା ପୂର୍ବରୁ ଏହି ଦୁର୍ଘଟଣା ଘଟିଥିଲା । ଯଦ୍ୱାରା ଅଳ୍ପକେ ବର୍ତି ଯାଇଛନ୍ତି ବସ୍ ର ସମସ୍ତ ଯାତ୍ରୀ । ବସ୍ ଟି ବୁରତାଲରୁ ଜରଡ଼ା, ପାତ୍ରପୁର, ଚିକିଟି ଦେଇ ଯାତ୍ରୀଙ୍କୁ ନେଇ ଯାଇଥାନ୍ତା ।