ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ସାଧାରଣ ଭକ୍ତ

160

ପୁରୀ: ବିନା କୋଭିଡ଼୍ ରିପୋର୍ଟରେ ନିର୍ବିଘ୍ନରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଆଜି ସକାଳ ୭ଟା ଠାରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ମୁହଁରେ ମାସ୍କ ପିନ୍ଧି ବ୍ୟାରିକେଡ୍ ଦେଇ ଧାଡ଼ିରେ ଯାଇ ଥର୍ମାଲ୍ ସ୍କ୍ରିନିଂ ଓ ସାନିଟାଇଜ୍ ହେବା ପରେ ସାଧାରଣ ଭକ୍ତଟିଏ ଆଜି ଶ୍ରୀଜୀଉଙ୍କ ଦର୍ଶନ କରି ପାରୁଛି । ଦୀର୍ଘ ଦିନର ବ୍ୟବଧାନ ପରେ କଳା ଠାକୁରଙ୍କୁ ଅତିନିକଟରୁ ଦର୍ଶନ ପାଇ ଭକ୍ତ ମଧ୍ୟ ବେଶ୍ ଖୁସି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ଜିଲ୍ଲା ପ୍ରଶାସନ, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପୁରୀ ସହର ବାସିନ୍ଦାଙ୍କ ପାଇଁ ସକାଳ ୬ଟା ଠାରୁ ୭ଟା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଥିଲା । ସେହିପରି ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ଼୍ ବ୍ୟବସ୍ଥା କରାଯାଇଛି । ସେଥି ନିମନ୍ତେ ୨୫ ଜଣ ପୋଲିସ କର୍ମଚାରୀ ଦାୟୀତ୍ୱରେ ରହିଛନ୍ତି । ଭକ୍ତ ମାନେ ସିଂହଦ୍ୱାରରେ ପ୍ରବେଶ ପୂର୍ବକ ଉତର ଦ୍ୱାରରେ ପ୍ରସ୍ଥାନ କରୁଛନ୍ତି ।

ଆଜି ଭୋର୍ ୫ଟା ୨୫ ରେ ଦ୍ୱାରଫିଟା, ୬ଟାରେ ମଙ୍ଗଳ ଆଳତୀ, ୭ ଟା ୪୦ରେ ରୋଷ ହୋମ, ଗୋପାଳ ବଲ୍ଲଭ ଭୋଗ ୯ଟା ରେ ସମ୍ପନ୍ନ ହୋଇଥିବା ଏବଂ ଏବଂ ଅନ୍ୟାନ୍ୟ ନୀତିକାନ୍ତି ଜାରୀ ରହିଥିବା ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି ।

ସୁରକ୍ଷା ଦାୟୀତ୍ୱରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ୨ ଜଣ ଅତିରିକ୍ତ ଏସପି, ୬ ଜଣ ଡିଏସପି ଓ ୧୨ ଜଣ ଇନ୍ସପେକ୍ଟର, ୮୦ ଜଣ ଏସଆଇ, ଏଏସଆଇ ଏହାର ତଦାରଖ କରୁଛନ୍ତି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ବର୍ମା, ପୁରୀ ଏସପି ଡଃ. କନୱର ବିଶାଲ ସିଂହ, ଉପଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ପ୍ରମୁଖ ପ୍ରମୁଖ ଉପସ୍ଥିତ ରହିଛନ୍ତି । ଭକ୍ତଙ୍କ ଗହଳି ଓ ଠେଲାପେଲା ରୋକିବାକୁ ସ୍ୱେଚ୍ଛାସେବୀ ମାନେ ନିୟୋଜିତ ରହିଛନ୍ତି । ପାନୀୟ ଜଳ ଯୋଗାଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଏହା ପୂର୍ବରୁ ଗତକାଲି ଜିଲ୍ଲାପାଳ ସମର୍ଥ ବର୍ମା ବର୍ମା, କେନ୍ଦ୍ରାଚଂଳ ଡିଆଇଜି ଆଶିଷ କୁମାର ସିଂହ, ପୁରୀ ଏସପି ଡଃ. କନୱର ବିଶାଲ ସିଂହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ପ୍ରଶାସନ ପକ୍ଷରୁ ଦର୍ଶନ ପାଇଁ କୋଭିଡ଼୍ ନେଗେଟିଭ୍ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଥିଲା । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.