୯ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସକୁ ତଦନ୍ତରେ ସହଯୋଗ କରୁନି ଶ୍ରମ ବିଭାଗ : ଅଡୁଆରେ ରାଉରକେଲା ଭିଜିଲାନ୍ସ

147

ରାଉରକେଲା: ରାଉରକେଲା ଶ୍ରମ ବିଭାଗରେ ନିର୍ମାଣ ଶ୍ରମିକଙ୍କୁ ଯୋଗାଯାଇଥିବା ବିଭିନ୍ନ ଉପକରଣରେ ପାଖାପାଖି ୯କୋଟି ଟଙ୍କାର ଘୋଟାଲା କରାଯାଇଥିବା ନେଇ ରାଜ୍ୟ ଲୋକାୟୁକ୍ତଙ୍କ ନିକଟରେ ହୋଇଥିବା ଅଭିଯୋଗ ଉପରେ ଭିଜିଲାନ୍ସକୁ ୩ ମାସ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ଲୋକାୟୁକ୍ତ କହିବା ପରେ ରାଉରକେଲା ଭିଜିଲାନ୍ସ ଏସପିଙ୍କ ପକ୍ଷରୁ ଏନେଇ କରାଯାଉଥିବା ତଦନ୍ତରେ ସ୍ଥାନୀୟ ଶ୍ରମ ବିଭାଗ ଭିଜିଲାନ୍ସକୁ ଆଦୌ ସହେଯାଗ କରୁନାହିଁ ବୋଲି ଖୋଦ ଭିଜିଲାନ୍ସ ଏସପି ସୁବାଶ ଚନ୍ଦ୍ର ସ୍ୱାଇଁ ପ୍ରକାଶ କରିଛନ୍ତି ।

ଶ୍ରମ ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକଙ୍କୁ ଯୋଗାଯାଇଥିବା ସୁରକ୍ଷା ଉପକରଣ, ନିର୍ମାଣ ଉପକରଣ ଆଦି ଯୋଗାଣରେ ନିମ୍ନ ମାନର ସାମଗ୍ରୀ ଯୋଗାଇ ୯ କୋଟି ଟଙ୍କାର ହରିଲୁଟ କରାଯାଇଥିବା ନେଇ ଆରଟିଆଇ କର୍ମୀ ରଶ୍ମିରଂଜନ ପାଢୀ ଏକ ମାମଲା ଲୋକାୟୁକ୍ତରେ କରିଥିଲେ । ଲୋକାୟୁକ୍ତ ଏହି ମାମଲାର ଶୁଣାଣି କରି ୩-୧୧-୨୦ରେ ରାଜ୍ୟ ଭିଜିଲାନ୍ସକୁ ୩ ମାସ ଭିତରେ ତଦନ୍ତ କରି ରିପୋର୍ଟ ଦାଖଲ ଲାଗି କହିଥିଲେ । ସେହି ଅନୁସାରେ ରାଜ୍ୟ ଭିଜିଲାନ୍ସ ଦେଢ ମାସ ତଳେ ରାଉରକେଲା ଭିଜିଲାନ୍ସକୁ ଏହାର ତଦନ୍ତ ଭାର ଦେଇଥିଲେ ଓ ୪ଟି ଲାଇନରେ ଏହାର ତଦନ୍ତ ଲାଗି କହିଥିଲେ ।

ବିଶେଷ କରି କେଉଁ ଅଧିକାରୀ ମାନେ ଏଥିରେ ସମ୍ପୃକ୍ତ, ସାମଗ୍ରୀ କିଣା ବିକାରେ କେଉଁମାନେ ସମ୍ପୃକ୍ତ ଓ ତାହା କିଭଳି କରାଯାଇଛି, ଶ୍ରମ ବିଭାଗ ଛଡା ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ରହିଛନ୍ତି । କେତେ ଟଙ୍କାର ହରିଲୁଟ୍ ହୋଇଛି ଓ ନକଲି ଶ୍ରମିକ ମାନଙ୍କୁ ଏଥିରେ ସାମିଲ୍ କରାଯାଇଛି କି? ଆଦି ଧାରାରେ ଏହାର ତଦନ୍ତ ଲାଗି କୁହାଯାଇଥିଲା ।

ହେଲେ ଦୁଃ ଖର କଥା ଯେ, ଭିଜିଲାନ୍ସ ଏସପିଙ୍କ ଅଫିସରୁ ଏହି ଦେଢ ମାସ ଭିତରେ ୩ଟି ଚିଠି ରାଉରକେଲା ଶ୍ରମ ବିଭାଗକୁ ଗଲାପରେ ବି ରାଉରକେଲା ଶ୍ରମ ବିଭାଗ କୁଆଡେ ଏହି ଚିଠି ଗୁଡିକୁ ବାସିପାଣିରେ ପଚାରୁନଥିବା ଖବର ମିଳିଛି । କାରଣ ଭିଜିଲାନ୍ସ ପକ୍ଷରୁ କରାଯାଇଥିବବା ଚିଠିରେ ଏହି ସ୍କିମ ଲାଗି ହୋଇଥିବା କାଗଜ ପତ୍ର ଗୁଡିକୁ ମଗାଯାଇଥିଲେ ବି ଖଣ୍ଡିଏ ହେଲେ କାଗଜ କୁଆଡେ ଆଜି ଯାଏ ଭିଜିଲାନ୍ସକୁ ମିଳିନଥିବା କଥା ଏସପି ଭିଜିଲାନ୍ସ କହିଛନ୍ତି ।

ଯଦି ଏହି ତଦନ୍ତରେ ଶ୍ରମ ବିଭାଗ ଭିଜିଲାନ୍ସକୁ ଏହିଭଳି ସହଯୋଗ କରେ ତେବେ ଆଉ ଦେଢ ମାସ ଭିତରେ ଲୋକାୟୁକ୍ତଙ୍କ ପାଖରେ ଏହାର ତଦନ୍ତ ରିପୋର୍ଟ କିଭଳି ପହଁଚିବ ତାହା ଭିଜିଲାନ୍ସ ଲାଗି ମୁଣ୍ଡ ବିନ୍ଧାର କାରଣ ହୋଇଛି ।

Leave A Reply

Your email address will not be published.