ମାଲକାନଗିରି: କରୋନା କଟକଣା ଯୋଗୁଁ ଦୀର୍ଘ ୯ ମାସ ଧରି ବନ୍ଦ ରହିଥିବା ମାଲକାନଗିରି ଜିଲ୍ଲାର ସର୍ବ ବୃହତ କାଲିମେଳା ସାପ୍ତାହିକ ହାଟ ପୁନର୍ବାର ଖୋଲିଛି । ଏହି ପୁରାତନ ହାଟ ଖୋଲିବା ଯୋଗୁଁ ଉଭୟ ବେପାରୀ ଓ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ହାଟ ଖୋଲିବା ନେଇ ବାରମ୍ବାର ଦାବୀ ହୋଇଆସୁଥିବାବେଳେ କାଲିମେଳା ସାପ୍ତାହିକ ହାଟରେ ଅଧିକ ଜନଗହଳି ହେଉଥିବାରୁ ଏହାକୁ ବ୍ଲକ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିଲା । କାଲିମେଳା ସାପ୍ତାହିକ ହାଟ ଉପରେ ପ୍ରାୟ ଏକ ହଜାରରୁ ଉର୍ଧ୍ଧ ବେପାରୀ ନିର୍ଭର କରନ୍ତି । ଗତ ମାର୍ଚ୍ଚ ମାସରୁ ଏହି ହାଟ ବନ୍ଦ ରହିଥିବାରୁ ବହୁ କ୍ଷତି ସହିବାକୁ ପଡୁଥିବା ଓ ବେପାର କ୍ଷତିରେ ଚାଲୁଥିବା ପ୍ରକାଶ କରିଛନ୍ତି କେତେକ ବେପାରୀ ।
Sign in
Sign in
Recover your password.
A password will be e-mailed to you.