ମହିଳା ମାଓବାଦୀର ଆତ୍ମସମର୍ପଣ

195

ମାଲକାନଗିରି: ଆଜି ମାଓ କାର୍ଯ୍ୟ କଳାପରେ ଅତିଷ୍ଠ ହୋଇ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରୀ ଙ୍କ ନିକଟରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛି । ଉକ୍ତ ମାଓବାଦୀ ର ନାମ ଲାଛି ଖରା ଓରଫ ଗୀତା, ତା ଘର ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ସ୍ଥିତ ଯୋଡମ୍ବ ଥାନା ମୁକୁଡ଼ପାଲି ଗ୍ରାମରେ । ସେ ମାଓ ସଂଗଠନରେ ପାର୍ଟି ମେମ୍ବର ଭାବେ କାମକରୁଥିଲା ।

ସ୍ୱାଭିମାନ ଅଞ୍ଚଳ ଯନ୍ତାପାଇ, ହନ୍ତାଳଗୁଡା, ଦରଲାବେଡା, ଗୋରାସେତୁ ଓ ଅଣ୍ଡରାହାଲ ପ୍ରଭୁତି ସ୍ଥାନରେ ବିଏସଏଫ କ୍ୟାମ୍ପ ହେବା ସହ ଅପେରସନ ଜୋରଦାର ହେବା, ସ୍ଥାନୀୟ ନେତା ଓ ମେମ୍ବର କୁ ଅବହେଳା,ସହ ସ୍ୱାଭିମାନ ଅଞ୍ଚଳରେ ଚାଲିଥିବା ଉନୟନ୍ନ କାମ ଗୁଡିକରେ ପ୍ରଭାବିତ ହୋଇ ସେ ଆତ୍ମସମର୍ପଣ କରିବାକୁ ଇଚ୍ଛା ପ୍ରକାଶ କରିଥିବା ପୋଲିସ ନିକଟରେ ଜଣାଇଥିଲା । ତାକୁ ମାଓ ଥଇଥାନ ନିୟମ ଅନୁଯାୟୀ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ଏସପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.