ପ୍ରତି ଜିଲ୍ଲାରେ କ୍ରିକେଟ୍-ଫୁଟବଲ୍ ଟୁର୍ଣ୍ଣାମେଣ୍ଟ କରିବ ବିଜେଡ଼ି: ମୟୂରଭଞ୍ଜରୁ ଶୁଭାରମ୍ଭ

159

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ରାଜ୍ୟରେ କ୍ରମାଗତ ବଢି ଚାଲିଛି । ହେଲେ ବିଭିନ୍ନ ସର୍ଭେ ରିପୋର୍ଟ କହୁଛି,ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁଗାମୀଙ୍କ ସଂଖ୍ୟା ମଧ୍ୟ କମ ନୁହେଁ । ବିଶେଷ କରି ଯୁବକ ଓ ଛାତ୍ରଗୋଷ୍ଠୀ ବିଜେପି ଆଡ଼କୁ ଢଳୁଥବା ଲକ୍ଷ୍ୟ କରାଯାଉଛି । ସେହି ଆଶଙ୍କାରେ ଯୁବ ଓ ଛାତ୍ର ଗୋଷ୍ଠୀଙ୍କ ଭୋଟ ବ୍ୟାଙ୍କ ହାତେଇବା ପାଇଁ ରାଜନୈତିକ ଗୋଟି ଚାଳନା କରିଛି ବିଜୁ ଜନତା ଦଳ ।

ଖେଳ ପ୍ରତି ଯୁବକ ଓ ଛାତ୍ରମାନଙ୍କର ସଂପୃକ୍ତି ଅଧିକ । ତେଣୁ ବିଜେଡିର ଶୀର୍ଷ ନେତୃତ୍ୱ ନିଷ୍ପତ୍ତି କରିଛନ୍ତି ଏଣିକି ଖେଳକୁ ରାଜନେତିକ ପ୍ରୋତ୍ସାହନ ଦେବାକୁ ପଡ଼ିବ । ଅର୍ଥାତ ପ୍ରତି ଜିଲ୍ଲାରେ କ୍ରିକେଟ ଓ ଫୁଟବଲ ଟୁର୍ଣ୍ଣାମେଣ୍ଟ କରିବ ଦଳ । ଜିଲ୍ଲାସ୍ତରୀୟ ଏହି କ୍ରୀଡା ପ୍ରତିଯୋଗିତାର ଆୟୋଜନ ସରକାର କରିବେ ନାହିଁ ବରଂ ଶାସକ ଦଳ କରିବ । ମିଳିଥିବା ସୂଚନା ଅନୁସାରେ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମୟୁରଭଂଜ ଜିଲ୍ଲାର ପ୍ରଭାରୀ ଅଛନ୍ତି । ତେଣୁ ମୟୁରଭଞ୍ଚ ପ୍ରିମିୟର ଲିଗ୍ରୁ ଏହି ପରୀକ୍ଷାନିରୀକ୍ଷା ଆରମ୍ଭ କରିବାକୁ ଯାଉଛି ।

ଏ ପଟେ ବିଜେଡିର ଏହି ଖେଳ ରାଜନୀତିକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ବିରୋଧୀ । ପିସିସି ସଭାପତି କହିଛନ୍ତି, ରାଜ୍ୟରେ ଜିଲ୍ଲାସ୍ତରୀୟ ଖେଳକୁ ପ୍ରୋତ୍ସାହିତ କରିବା ପାଇଁ କଂଗ୍ରେସ ଅମଳରେ ପ୍ରୟାସ ଆରମ୍ଭ ହୋଇଥିଲା ।ଏବେ ବିଜେଡି ପାଖରେ ପ୍ରଚୁର ପଇସା ଥିବାରୁ ଏହାକ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରାଯାଇଥିବା ସେ ଅଭିଯୋଗ ବାଢିଛନ୍ତି । ସେପଟେ ବିଜେପି କହିଛି ନିର୍ବାଚନ ଆସିଲେ ବିଜେଡିର ଯୁବକ ଓ ଛାତ୍ରଙ୍କ କଥା ମନେପଡେ ।

Leave A Reply

Your email address will not be published.