୧୦୦, ୧୦ ଓ ୫ ଟଙ୍କିଆ ନୋଟ୍ ଚଳିବନି ? ସରକାର ଦେଲେ ଏମିତି ସୂଚନା

160

ନୂଆଦିଲ୍ଳୀ : ଦେଶରେ ଚଳିବନି ୧୦୦, ୧୦ ଓ ୫ ଟଙ୍କିଆ ନୋଟ । ଏମିତି ଖବର ସୋସିଆଲ ମିଡିଆରେ ପ୍ରଚାରିତ ହେବା ପରେ ଏହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଆସିଛି । ବିଭିନ୍ନ ଖବର କାଗଜରେ ଏନେଇ ଖବର ପ୍ରକାଶ ପାଇବା ପରେ ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ଏନେଇ ସୂଚନା ଦିଆଯାଇଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଘୋଷଣା କରିଛନ୍ତି ଯେ, ଦେଶରେ ମାର୍ଚ୍ଚ ୨୦୨୧ ପରେ ୧୦୦, ୧୦ ଓ ୫ ଟଙ୍କିଆ ନୋଟ୍ ବନ୍ଦ ହୋଇଯିବ । ଏଭଳି କିଛି ହେଡଲାଇନ୍ ଦେଖିବାକୁ ମିଳିଥିଲା । ଏପରିକି ସୋସିଆଲ ମିଡିଆରେ ଏହାକୁ ନେଇ ଖୁବ ପ୍ରଚାର କରାଯାଉଛି । ଏହି ଖବର ପ୍ରଚାରିତ ହେବା ପରେ ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (ପିଆଇବି)ଫ୍ୟାକ୍ଟ ଚେକ୍ କରିଛି । ପରେ ଏନେଇ ରିପୋର୍ଟ ପ୍ରକାଶ କରିଛି । ପିଆଇବି ପକ୍ଷରୁ ଟୁଇଟ୍ କରି ଜଣାଇଛି, “ମାର୍ଚ୍ଚ ୨୦୨୧ ପରେ ୧୦୦, ୧୦ ଓ ୫ ଟଙ୍କିଆ ନୋଟ୍ ଚଳିବ ନାହିଁ ବୋଲି ଦାବି କରାଯାଉଛି । ଏନେଇ ଆରବିଆଇ ଘୋଷଣା କରିଥିବା ବି ଦାବି ହେଉଛି । କିନ୍ତୁ ଏହି ଦାବି ସମ୍ପୂର୍ଣ୍ଣ ମିଥ୍ୟା ।’ ସୂଚନାଯୋଗ୍ୟ, ଏଭଳି କିଛି ଦାବି ବିମୂଦ୍ରୀକରଣ ସମୟରେ ହୋଇଥିଲା । କିନ୍ତୁ ପରେ ୮ ନଭେମ୍ବର ୨୦୧୬ରେ ହଠାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଘୋଷଣା କରିଥିଲେ । ସେହିଦିନ ରାତିରୁ ହିଁ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ବନ୍ଦ ହେଲା ବୋଲି ମୋଦି ଘୋଷଣା କରିଥିଲେ । ଯାହାକୁ ବିମୁଦ୍ରୀକରଣ ବୋଲି କୁହାଯାଏ । ୨୦୧୮ରେ ଆରବିଆଇ ୧୦, ୫୦, ୧୦୦ ଏବଂ ୫୦୦ ଟଙ୍କିଆ ନୂଆ ନୋଟ୍ ପ୍ରସ୍ତୁତ କରିଥିବା ବେଳେ ନୂଆ କରି ୨୦୦୦ ଟଙ୍କିଆ ନୋଟ୍ ଲୋକଙ୍କ ପାଖରେ ପହଞ୍ଚିଥିଲା ।

Leave A Reply

Your email address will not be published.