ଦିନକ ପରେ ସାଧାରଣତନ୍ତ୍ର ଦିବସ, କୋଭିଡ୍ ଗାଇଡ୍‌ଲାଇନ୍‌ରେ ସମାରୋହ: ଦର୍ଶକଙ୍କୁ ମନା

177

ଭୁବନେଶ୍ୱର: ଦିନକ ପରେ ସାଧାରଣତନ୍ତ୍ର ଦିବସ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଆଜି ଗାନ୍ଧିମାର୍ଗରେ ଫୁଲଡ୍ରେସ୍ ରିହରସାଲ୍ ହୋଇଛି । ପୋଲିସ ଡିଜି ଅଭୟ ରିହରସାଲ୍ର ତଦାରଖ କରିଛନ୍ତି । କୋଭିଡ୍ ଗାଇଡ୍ଲାଇନ୍ ଅନୁସାରେ ଉତ୍ସବ ପାଳନ କରାଯିବ । ଆଜି ସକାଳ ୮.୩୦ରେ ଫୁଲଡ୍ରେସ୍ ରିହରସାଲ୍ ସ୍ଥଳରେ ପହଞ୍ôଚଥିଲେ ପୋଲିସ ଡିଜି ଅଭୟ । ଡିଜି ଅଭୟଙ୍କୁ ସ୍ୱାଗତ କରିଥିଲେ ପରେଡ୍ କମାଣ୍ଡର ଏସ୍.ସୁଶ୍ରୀ । ଜାତୀୟ ସଂଗୀତ ତାଳେ ତାଳେ ପତାକା ଉତ୍ତୋଳନ କରିଥିଲେ ପୋଲିସ ଡିଜି । ଏହାପରେ ଆରମ୍ଭ ହୋଇଥିଲା ପରେଡ୍ । ଗୋଟିଏ ପରେ ଗୋଟିଏ କଣ୍ଟିଜେଣ୍ଟ ଡିଜିଙ୍କ ସମ୍ମୁଖରେ ପରେଡ୍ ପ୍ରଦର୍ଶନ କରିଥିଲେ । କୋଭିଡ୍ କଟକଣା ପାଇଁ ପରେଡ୍ ରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ ନାହିଁ । ୧୦ଟି କଣ୍ଟିଜେଣ୍ଟ ଓ ୪ଟି ଗ୍ରୁପ ବ୍ୟାଣ୍ଡ୍ ପରେଡ୍ କରିବେ । ପରେଡ୍ର ନେତୃତ୍ୱ ନେବେ ଯୁବ ଲେଡି ଆଇପିଏସ୍ ଏସ୍.ସୁଶ୍ରୀ । ସାଧାରଣତନ୍ତ୍ର ଦିବସ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏଥି ।ଇଁ ମୁତୟନ ଅଛନ୍ତି ୨୫ପ୍ଲାଟୁନ୍ ଫୋର୍ସ । ୧୫୦ଜଣ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ଉପରେ ନଜର ରଖିବେ ।

Leave A Reply

Your email address will not be published.