ବୁଗୁଡା: ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ୨୦୨୦-୨୧ ଯୋଜନା ପ୍ରକାରେ ବୁଗୁଡା ବ୍ଲକର ବେତାରସିଂ ଓ ଡେଙ୍ଗାବାଡି ଗ୍ରାମରେ ବିହନ ବିଶୋଧନ ପ୍ରଣାଳୀ ପ୍ରଦର୍ଶିତ ହୋଇଯାଇଛି । ବେତାରସିଂ ଠାରେ ଅନୁଷ୍ଠିତ ବିହନ ବିଶୋଧନ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ କୃଷି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଅର୍ଜୁନ ବିଷୋୟୀ ଓ ଭଞ୍ଜନଗର କୃଷିଜିଲ୍ଲା ଅଧିକାରୀ ପ୍ରଦୀପ କୁମାର ସାହୁ ଯୋଗଦେଇ ଉପସ୍ଥିତ କୃଷକମାନଙ୍କୁ ବିହନ ବିଶୋଧନ କରିବା ଦ୍ୱାରା ହେଉଥିବା ଉପକାର ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇବା ସହ ବିଶୋଧନ ପଦ୍ଧତି ବିଷୟରେ ମଧ୍ୟ ବୁଝାଇ ଥିଲେ ।
ବୁଗୁଡା ସହକାରୀ କୃଷି ଅଧିକାରୀ ନିହାର ରଞ୍ଜନ ପୃଷ୍ଟି ଓ ସ୍ୱାଗତିକା ପତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କୃଷକମାନଙ୍କୁ ବିଭିନ୍ନ ସମନ୍ବିତ ଫସଲ ପରିଚାଳନା ପଦ୍ଧତି ସମ୍ପର୍କରେ ଉତ୍ତମ ଭାବେ ବୁଝାଇଥିଲେ । ଏହି ଅବସରରେ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିଷୋୟୀ ଓ ଜିଲ୍ଲା କୃଷି ଅଧିକାରୀ ଶ୍ରୀସାହୁ ଉଭୟେ ଟି.ଆଇ.ଏଫ.ଏ. ଯୋଜନାରେ ବେତାରସିଂ ଗ୍ରାମରେ ହୋଇଥିବା ଚିନାବାଦାମ ଚାଷ କ୍ଷେତ୍ର ପରିଦର୍ଶନ କରିବା ସହ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ ।