ସାଧାରଣତନ୍ତ୍ର ଦିବସରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ପତାକା ଉତୋଳନ କଲେ ରାଜ୍ୟପାଳ

162
ଭୁବନେଶ୍ୱର: ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଜ୍ୟପାଳ ଗଣେଶୀ ଲାଲ୍ ପତାକା ଉତୋଳନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି ।
ଚଳିତ ବର୍ଷ କୋଭିଡ କଟକଣା ଭିତରେ ଏହି ଆୟୋଜନ କରା ଯାଇଥିଲା । ପରେଡ ଆୟୋଜିତ ହୋଇଥିବାରୁ ପ୍ରତିବର୍ଷ ପରେଡ ଦେଖିବା ପାଇଁ ଆସୁଥିବା ସାଧାରଣ ଲୋକଙ୍କୁ ଏଥର ବାରଣ କରାଯାଇଥିଲା । ସାଧାରଣତନ୍ତ୍ର ଦିବସ ପାଇଁ ଆୟୋଜିତ ପରେଡ୍‌ରେ ୧୪ଟି କଂଟିଜେଂଟ ଭାଗ ନେଇଥିଲେ ।
ପରେଡ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପରେଡ୍ ସ୍ଥଳରେ ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ ହେବା ସହ ପରେଡ଼ ସ୍ଥଳରେ ଚାରିପଟ ଓ ଆଖପାଖ ଅଂଚଳ ସିସିଟିଭି ନିୟନ୍ତ୍ରଣରେ ରହଥିଲା । ସେହିପରି ଟ୍ରାଫିକ ପକ୍ଷରୁ ଯାନବାହାନ ଚଳାଚଳ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ଓ ପରେଡ ସମୟରେ ପରେଡ ସ୍ଥଳକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ କରି ଦିଆଯାଇଥିଲା ।
Leave A Reply

Your email address will not be published.