ରାମ ନିଧି ଅଭିଯାନ ରେ ୩୮,୧୪୭ ସଂଗ୍ରହ

156
କଲ୍ୟାଣ ସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଶିକାରପାଈ ଠାରେ ରାମ ନିଧି ସଂଗ୍ରହ ଅଭିଯାନ ୨୫ ତାରିଖରୁ ଆରମ୍ଭ ହୋଇଯାଇଛି । ଜିଲ୍ଲାର ଏଗାର ବ୍ଲକ ତିନୋଟି ନଗରରେ ରାମନିଧି ସଂଗ୍ରହ ଶୁଭାରମ୍ଭ ହୋଇଯାଇଛି । ସେହିଭଳି କଲ୍ୟାଣସିଙ୍ଘପୁର ବ୍ଲକ ଶିକରପାଈ ପଞ୍ଚାୟତ ରେ ସ୍ଥାନୀୟ ନିଧି ପ୍ରମୁଖ ମନୋଜ କୁମାର ନାୟକ ଙ୍କ ନେତୃତ୍ୱରେ ଏକ ସମିତି ଗ୍ରାମ ପରିକ୍ରମା କରି ନିଧି ସଂଗ୍ରହ କରିଥିଲେ ।
ଏହି ସଂଗ୍ରହ ଅଭିଯାନ ପୂଜ୍ୟ ସାଧୁ ସନ୍ଥଙ୍କ ଆଶ୍ରିବଚନରୁ ଆରମ୍ଭହୋଇ କ୍ରାନ୍ତିକାରୀ ଆଶ୍ରମର ପ୍ରତିଷ୍ଠାତା ସତ୍ୟ ସ୍ୱରୂପା ନନ୍ଦ ଗିରୀଙ୍କ ପୂଜନୀୟ ପିତା ରୋହି ଦାସ ନାୟକଙ୍କ ନିଧି ସମର୍ପଣ ରୂ ଆରମ୍ଭ ହୋଇ, ସମାଜ ସେବୀ ଭି.ଗୁରୁନାଥ ଓ ତାଙ୍କ ଧର୍ମ ପତ୍ନୀ ଗୌରୀ ଦେବୀ ଙ୍କ ସମର୍ପଣ, ତାପରେ ଗ୍ରାମର ଏକମାତ୍ର ସର୍ବ ଦଳ ସମନ୍ୱୟ ବରିଷ୍ଟ ଦୁଃଖୁ ଗୌଡ଼ଙ୍କ ଦାନର ଶୁଭାରମ୍ଭ ହୋଇ ଥିଲା । ସ୍ଥାନୀୟ ଯୁବଗୋଷ୍ଠୀ ସମେଶ୍ଵର ନେମଲପୁରୀ, ମନୋଜ କୁମାର ସେଠି, ରୁଦ୍ର ଖାଣ୍ଡରିୟା, ଲକି କଂଜକା ଙ୍କ ସହ ପଚାଶ ରୂ ଅଧିକ ରାମ ଭକ୍ତ ଏକତ୍ରିତ ହୋଇ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ଠାରୁ ଏକ ସଂକୀର୍ତନ ଧାର୍ମିକ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରି ନିଧି ସଂଗ୍ରହ କରିଥିଲେ ।
ଏହି ଶୋଭାଯାତ୍ରା ର ମୁଖ୍ୟ ଆକର୍ଷଣ ହେଲା ପୂଜନୀୟ ତିନି ସନ୍ଥ ସ୍ୱାମି କବିନ୍ଦ୍ର ମହାରାଜ , ଯୋଗୀଶ୍ରୀ ଚୈତନ୍ୟ ରାମ ଓ କଲ୍ୟାଣ ସିଂହପୁର ମାଟିର ଗୌରବ କ୍ରାନ୍ତି ବାବା ଙ୍କ ଯୋଗଦାନ ସହ ନଗର ପରିକ୍ରମା କରି ଶ୍ରଦ୍ଧାଳୁ ମାନଙ୍କୁ ବୁଝାଇ ବଢ଼ି ଚଡି ଯୋଗ ଦେବାକୁ ନିବେଦନ କରିଥିଲେ । ସୁନ୍ଦର ରାମ ଧୁନ ସହ ଧାର୍ମିକ ବାତାବରଣରେ ଏକ ମାହୋଲ ସାରା ଜିଲ୍ଲାରେ ଚହଳ ପଡିଥିଲା । ପ୍ରଥମ ଦିନରେ ଶିକାରପାଈ ରେ ୩୮ ହଜାର ଏକଶହ ସତଚାଳିଶି ଟଙ୍କା ସଂଗ୍ରହ କରାଗଲା ବୋଲି ହିସାବ ରକ୍ଷକ ରାମ ଭକ୍ତ ସନ୍ତୋଷ ବଛା କହିଥିଲେ ।
ଏହି ଅଭିଯାନ ଆଗାମୀ ଦଶ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଶ୍ରୀନିବାସ ନାୟକ କହିଥିଲେ ଏବଂ ଏହି ଅଞ୍ଚଳର ପ୍ରତ୍ୟେକ ଗ୍ରାମରୂ ସମ୍ପର୍କ କରିବା ର ଯୋଜନା ରହିଛି ସମସ୍ତେ ମିଶି ଏହି ଅଭିଯାନକୁ ସଫଳ କରିବା ବୋଲି କହିଥିଲେ । ଏହି ଅଭିଯାନରେ ମୁଖ୍ୟ ଅତିଥି ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ସଭାପତି ରାଜେନ୍ଦ୍ର ସାହୁ, ଯୋଗୀ ଶ୍ରୀଙ୍କ ଅନୁଗାମୀ ବଦ୍ରି ଭାଇ, କାଳିଆ, ବିଜୟ ଗୌଡ଼, ଦୈତାରୀ, ପୂର୍ଣ୍ଣ ଚନ୍ଦ୍ର ପଟେଲ, ରାଧାକୃଷ୍ଣ ମନ୍ଦିର ସଭାପତି ଜି ବିଶ୍ୱନାଥ, ଶରତ ଗୌଡ଼, ପ୍ରସାଦ ଗୌଡ଼, ପଙ୍କଜ ଗୌଡ଼, ସୁରେନ୍ଦ୍ର ମାର୍ଥା, ଦାସରିଆ ପ୍ରାଶକା, କାସ୍ତୁ ପ୍ରସ୍କା ପ୍ରମୁଖ ଉପସ୍ଥିତ ଥିଲେ ।
Leave A Reply

Your email address will not be published.