ପାରାଦ୍ୱୀପ: ଜାନୁଆରୀ ୨୬ ପବିତ୍ର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କୋଭିଡ୍-୧୯ ଅନୁଶୀଳନ ପୂର୍ବକ ଦେଶରେ ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଇଫ୍କୋ ପାରାଦ୍ୱୀପ ୟୁନିଟ୍ ପକ୍ଷରୁ ମଙ୍ଗଳବାର ଦିନ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ୟୁନିଟ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେ.ଜେ.ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ନିଜ ଅଭିଭାଷଣରେ ସ।।ରା ବିଶ୍ୱରେ ସମବାୟ ସମିତି ମଧ୍ୟରେ ଇଫ୍କୋ ଶ୍ରେଷ୍ଠ ୩ଶହ ସ୍ଥାନ ମଧ୍ୟରେ ସ୍ଥାନୀତ ଥିବା ସୂଚନା ଦେଇ ଏଥିପାଇଁ ସମସ୍ତ କର୍ମଚାରୀ ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଏହି ପ୍ରଚେଷ୍ଠାକୁ ପ୍ରଶଂସା କରିଥିଲେ । ତେବେ ଚଳିତ କୋଭିଡ୍-୧୯ ସଂକ୍ରମଣ ପ୍ରତିବନ୍ଧତା ସତ୍ୱେ ଇଫ୍କୋ ତାର ଉତ୍ପାଦନ, ସାର ସ୍ଥାନାନ୍ତରଣ ଓ ଯୋଗାଣ, ପରିବେଶ ଓ ଶିଳ୍ପ ସୁରକ୍ଷା କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିବା ସହ ବିଭିନ୍ନ କ୍ଷେତ୍ରରେ ପୁରସ୍କାର ଲାଭ କରି କିର୍ତ୍ତୀମାନ ସ୍ଥାପନ କରିଥିବା ଶ୍ରୀ ପଟେଲ ଆଲୋକପାତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.