ବାଲିଗୁଡା: ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ କୋଭିଡ କଟକଣା ଓ ସାମାଜିକ ଦୂରତା ମଧ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡରେ ୭୨ତମ ସାଧାରଣତନ୍ତ୍ର ଦିବସ ମହୋତ୍ସବ ବାଲିଗୁଡ଼ା ସ୍ଥିତ ମିନିଷ୍ଟାଡିୟମ ଠାରେ ବହୁ ସୁରୁଖୁରୁରେ ପାଳନ ହୋଇଯାଇଛି । ଏହି ଉପଲକ୍ଷେ ଉପଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବାହ୍ନ ୮. ୩0ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅଭିଭାଷଣ ଗ୍ରହଣ କରିଥିଲେ । ମହାମାରୀ କରୋନା ଭୁତାଣୁ ଏବଂ ସରକାରଙ୍କ ନିୟମକୁ ପାଳନ କରି ଚଳିତ ବର୍ଷ ସାମୁହିକ ପ୍ୟାରେଡ଼ ହୋଇନାହିଁ । ନିଜର ସ୍ୱାର୍ଥକୁ ଛାଡ଼ି ସାମୁହିକ ସ୍ୱାର୍ଥ ଉପରେ ଅଧିକ ଗୁରୁତ୍ୱ ଦେବା ଏବଂ ଛୋଟ ଛୋଟ ଜିନିଷକୁ ଅଧିକ ଗୁରୁତ୍ୱାରୋପ କରିବା ଯାହାଦ୍ୱାରା ନୂତନ ଦେଶ ଓ ରାଜ୍ୟ ଏବଂ ଶେଷରେ ଏକ ନୂତନ ଉପଖଣ୍ଡ ତିଆରି କରିପାରିବା ବୋଲି ଉପଜିଲ୍ଲାପାଳ ନିଜ ଅଭିଭାଷଣରେ କହିଥିଲେ । ଏହି ଉତ୍ସବରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମନୋଜ କୁମାର ପୁଜାହାରୀ, ତହସିଲଦାର ଶଶାଙ୍କ ଶେଖର ପାତ୍ର, ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ, ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା, ସହକାରୀ ଜିଲ୍ଲାପାଳ ହଳଧର ନାଏକ, ବାଲିଗୁଡ଼ା ଏନଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ଶାନ୍ତି ମୈତ୍ରୀ ସମ୍ପାଦକ ଭଗବାନ ଜେନା, ବନବାସୀ ସେବା ସମିତି ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉତ୍ସବକୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବା ପରିଚାଳନା କରିଥିବା ବେଳେ ସହକାରୀ କର୍ମଚାରୀ ଅଭିମନ୍ୟୁ ପ୍ରଧାନ, ରଶ୍ମି ରଞ୍ଜନ ମହାରଣା, ବ୍ରଜବନ୍ଧୁ ସାହାଣୀ, ଓ ତୀର୍ଥବାସି ଘଡେ଼ଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.