କୋଟିପତି ଆରଆଇଙ୍କ ଘରେ ଭିଜିଲାନ୍ସ ଚଢ଼ଉ

155

ପୁରୀ: ଆଜି ସକାଳୁ ଭୁବନେଶ୍ୱର ଭିଜିଲାନ୍ସ ଟିମ ପୁରୀର ବହୁ ଚର୍ଚ୍ଚିତ କୋଟିପତି ଆର. ଆଇ. ବସନ୍ତ କୁମାର ମହାନ୍ତିଙ୍କ ଘର ସମେତ ଅନ୍ୟାନ୍ୟ ସ୍ଥାନରେ ଏକକାଳୀନ ଚଢ଼ଉ କରିଛନ୍ତି ।

ଶ୍ରୀ ମହାନ୍ତି ନିକଟରେ ଅବସର ନେବା ପରେ ବାଲୁଖଣ୍ଡ ଆରଆଇ ଅଫିସରେ କାମ କରୁଥିଲେ । ପୁରୀର ବହୁ ଆଇନଜୀବୀ, ରାଜନେତା, ଶ୍ରୀ ମହାନ୍ତିଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ତାଙ୍କର ଫ୍ରେଣ୍ଡସ ଲେନ ବାସଗୃହ, କୁମିଟି ଲେନ ର ତିନି ମହଲା କୋଠା, ପେଣ୍ଠକଟାରେ ଦୁଇ ମହଲା କୋଠା, କେନ୍ଦ୍ରାପଡ଼ା ରାଜନଗର ସମ୍ପର୍କୀୟ ଘର, ବାଲୁଖଣ୍ଡ ଆର. ଆଇ. ଅଫିସ, ବାଲିଘାଟ ସମ୍ପର୍କୀୟ ଘର, ପେଣ୍ଠକଟାରେ କୋଠାରେ ଏକକାଳୀନ ଚଢ଼ଉ ହୋଇଛି । ଭୁବନେଶ୍ୱର ଭିଜିଲାସନ୍ସ ସ୍ପେସିଆଲ ବିଚାରପତି ଏନେଇ ୱାରେଂଟ ଜାରି କରିଥିଲେ । ଚଢ଼ଉ ଜାରୀ ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।
Leave A Reply

Your email address will not be published.