ଆତ୍ମସମର୍ପଣ କରିଥିବା ମାଓବାଦୀକୁ ହତ୍ୟା କଲେ ମାଓବାଦୀ

129

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲା ଜଘଲା ଥାନା ଅନ୍ତର୍ଗତ କୋତରାପାଳ ଗାଁ ରେ ମାଓବାଦୀ ମାନେ ଆତ୍ମସମର୍ପଣ କରି ଜିଲ୍ଲା ପୋଲିସରେ କନେଷ୍ଟବଳ ଭାବେ କାର୍ଯ୍ୟକରୁଥିବା ମଲେଶ କୁ ମାଓବାଦୀ ହତ୍ୟା କରିଥିବା ଜଣାପଡିଛି  । ପୋଲିସ ସୂଚନା ଅନୁଯାୟୀ ମଲେଶ 2014 ମସିହାରେ ଆତ୍ମସମର୍ପଣ କରିଥିଲା  । ସେ ମାଓ ସଂଗଠନରେ ଡିଭିଜନ କମଣ୍ଡାର ଭାବେ କାମକରୁଥିଲା  । ଆତ୍ମସମର୍ପଣ ପରେ ତାକୁ ଡିଆରଜି କନେଷ୍ଟବଳ ରୂପେ ନିଯୁକ୍ତି ଦିଆଯାଇଥିଲା  । ସେ ଗତକାଲି ଅପରାହ୍ନରେ ନିଜ ପୁଅକୁ ଭେଟିବା ପାଇଁ କୋତରାପାଳ ଯାଉଥିବା ବେଳେ ମାଓବାଦୀ ଏହାର ଖବର ପାଇଁ ବାଟରୁ ଉଠାଇ ନେଇ ହତ୍ୟା କରି ଗାଁ ରାସ୍ତାରେ ପକାଇ ଦେଇଯାଇଥିଲେ  । ଆଜି ସକାଳୁ ସେହି ରାସ୍ତାରେ ଯାଉଥିବା ଗ୍ରାମବାସୀ ଶବ ପଡ଼ିଥିବା ଦେଖି ପୋଲିସକୁ ଖବର  ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ପରିବାର ଲୋକଙ୍କୁ ଖବର ଦେଇଥିଲେ  । ମାଓବାଦୀଙ୍କୁ ଧରିବାପାଇଁ ଉକ୍ତ ଅଞ୍ଚଳରେ ଅପେରସନ ଜୋରଦାର କରାଯାଇଛି  ।

Leave A Reply

Your email address will not be published.