ମୋହନା: ଟ୍ରକ୍ ରେ ଚାଲାଣ ବେଳେ ୫୩୯ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଏହି ଗଞ୍ଜେଇ ବିହାର ଚାଲାଣ ହେଉଥିଲା । କୌଣସି ସୂତ୍ରରୁ ଖବର ପାଇ ପୋଲିସ ଏହାକୁ କମଲାପୁର ଛକରେ ଧରିଥିଲା । ଯାଂଚ୍ ବେଳେ ଟ୍ରକ୍ ରେ ଗଞ୍ଜେଇ ଚାଲାଣ କରାଯାଉଥିବା ଜଣାପଡିଥିଲା । ଘଟଣାରେ ମୋହନା ପୋଲିସ ଜଣଙ୍କୁ ଗିରଫ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।
Sign in
Sign in
Recover your password.
A password will be e-mailed to you.