କନ୍ଧମାଳ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଏକ ଲାଞ୍ଚ ମାମଲାର ବିଚାର କରି ଦୋଷୀ ସାବ୍ୟସ୍ତ ଫରେଷ୍ଟ ଗାର୍ଡ଼ଙ୍କୁ ୪ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମାନା ଶୁଣାଇଛନ୍ତି। ଜୋରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ୍ ଭୋଗିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଘଟଣାରୁ ପ୍ରକାଶ, ଗତ ୨୦୧୮ ମସିହା ମେ ମାସ ୧୬ ତାରିଖରେ ଶଙ୍କରାଖୋଲ ଫରେଷ୍ଟ ବିଟ୍ ହାଉସ୍ର ଫରେଷ୍ଟ ଗାର୍ଡ଼ ମନୋରଞ୍ଜନ ଅମାତ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଫରେଷ୍ଟ ଗାର୍ଡ଼ ଅମାତ ସ୍ଥାନୀୟ ଶ୍ରୀକାକୁଟି ଗ୍ରାମର ଶ୍ରୀମୁଖ କହଁରଙ୍କ ଠାରୁ ପଞ୍ଚାୟତ ଗଭୀର କୂଅ ନିର୍ମାଣ ପଥର ପ୍ୟାକିଂ ବାବଦରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଥିଲେ। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ନଂ ୨୧/୨୦୧୮ ରୁଜୁ କରାଯାଇ ତଦନ୍ତ ଚାଲିଥିଲା। ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ବିଚାରପତି ସତ୍ୟପୀର ମିଶ୍ର ମାମଲାର ବିଚାର କରୁଥିଲେ। ସରକାରଙ୍କ ପକ୍ଷରୁ ଆଇନଜୀବୀ ପ୍ରଦୀପ କୁମାର ଦୋରା ମାମଲା ପରିଚାଳନା କରୁଥିଲେ।
Sign in
Sign in
Recover your password.
A password will be e-mailed to you.