କୋରାପୁଟ: ଆଜି କୋରାପୁଟ ଜ଼ିଲ୍ଲା ମାନସ ବିଦ୍ୟାଳୟ ଠାରେ କିନ୍ନର ମାନଙ୍କୁ ମଧୁବାବୁ ଯୋଜନା ପେନଶନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟ କର୍ମରେ ବୟନ ଓ ହସ୍ତ ତନ୍ତ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ରାଜ୍ୟ ବିଜୁ ଜନତା ଦଳର ମହିଳା ଯୁଗ୍ମ ସମ୍ପାଦକ ତଥା କୋରାପୁଟ ବିଜୁ ଜନତା ଦଳର ମହିଳା ପର୍ଯ୍ୟବେକ୍ଷିକା ମୀରା ପରିଡା ଓ କୋରାପୁଟ ବିଧାୟକ ରଘୁରାମ ପଡ଼ାଲ ଯୋଗ ଦେଇଥିଲେ । କିନ୍ନର ମାନଙ୍କୁ ସାବଲମ୍ବୀ କରିବା ପାଇଁ ସରକାରଙ୍କ ତରଫରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । କିନ୍ନର ମାନେ ପେଟ ପୋଷିବା ପାଇଁ ଭିକ୍ଷାବୃତ୍ତି ନ କରି ନିଜେ ସାବଲମ୍ବୀ ହେବା ପାଇଁ ସିଲେଇ ମେସିନ ସହିତ ଅନ୍ୟାନ ବୃତ୍ତି ଭିତିକ ଯନ୍ତ୍ରାସ ଯୋଗାଇ ଦିଆଯିବ ବୋଲି ମୀରା ପରିଡା କହିଥିଲେ ।ଏହି କାର୍ଯ୍ୟକର୍ମରେ 31କିନ୍ନର ମାନଙ୍କୁ ପେନଶନ ବଣ୍ଟନ କରାଯାଇଥିଲା ।
କିନ୍ନର ମାନଙ୍କ ତରଫରୁ ଏକ କମୁନିଷ୍ଟି ଗୃହ ନିର୍ମାଣ କରିବା ପାଇଁ ଏକ ଦାବି ରହିଥିଲା. ଏହି ଦାବିକୁ ପୂରଣ କରିବା ପାଇଁ ଏକ କମ୍ୟୁନିଷ୍ଟି ଗୃହ ଯୋଗାଇଦେବେ ବୋଲି କୋରାପୁଟ ବିଧାୟକ ପ୍ରତିଶୃତି ଦେଇଥିଲେ ।