ଆଗ ଧାଡିର କର୍ମଚାରୀ ମାନଙ୍କୁ କରୋନା ଟୀକାକରଣ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

145
ରାୟଗଡ: ରାୟଗତ ଜିଲ୍ଲାରେ କାର୍ଯ୍ୟରତ ଆଗଧାତୀର । ସରକାରୀ କର୍ମଚାରୀ ମାନଙ୍କୁ କରୋନା ଟୀକା ଦେବା ନିମନ୍ତେ ଗତ ତା.୩.୨.୨୦୨୧ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଦଭାବନା ସଭା ଗୃହରେ ଅନୁଷ୍ଠିତ ହୋଇଥିବା ବୈଠକରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା,ଅତିରିକ୍ତ ଆରକ୍ଷୀ ଅଧିକାରୀ ଶ୍ରୀ ଅନନ୍ତ ନାରାୟଣ ମହାନ୍ତି.ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଆବନ୍ଧୁ ମହାନ୍ତି,ଉପ-ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ,ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଗ୍ରାମ୍ୟ ଉନ୍ନୟନ ସଂସ୍ଥା,ରାୟଗଡ ଶ୍ରୀ ଭୀମସେନ ଶବର ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗଦାନ କରି ଆସନ୍ତା ୬.୨.୨୦୨୧ ଠାରୁ ୧୬.୨.୨୦୨୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଟୀକା କରଣ କାର୍ଯ୍ୟକ୍ରମର ସଫଳତା ନିମନ୍ତେ ଆଲୋଚନା କରିଥିଲେ ।
ଏହି ଟୀକାକରଣ ମୁଖ୍ୟତଃ ଆଗଧାଡିର କାର୍ଯ୍ୟରତ ବିଭିନ୍ନ ବିଭାଗୀୟ ସରକାରୀ କର୍ମଚାରୀ ମାନଙ୍କୁ ଟୀକା ଦିଆଯିବ । ସର୍ବ ପ୍ରଥମେ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ଆଶା,ଅଙ୍ଗନୱାଡି ମାନଙ୍କୁ ଗତ ଜାନୁୟାରୀ ମାସ ୧୬ ତାରିଖରେ ପ୍ରଥମଡୋଜ୍ ଟୀକାକରଣ କରାଯାଇଥିଲା । ସେମାନଙ୍କୁ ପୁଣି ୨୮ ଦିନ ପରେ ଦ୍ବିତୀୟ ଡୋଜ ଦିଆଯିବ । ସେହିପରି ବିପର୍ଯ୍ୟୟ ପରିଚାଳନ ଅନ୍ତର୍ଗତ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପ୍ରସ୍ତୁତ ତାଲିକା ଅନୁଯାୟୀ ଯଥା- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା,ଜିଲ୍ଲା ସମାଜ କଲ୍ୟାଣ ବିଭାଗ,ତହସିଲ.ରାଜସ୍ୱ ନିରୀକ୍ଷକ,ପଞ୍ଚାୟତ ସମିତି କାର୍ଯ୍ୟାଳୟ ,ସରପଞ୍ଚ,କ୍ରୀଡା ଅଧିକାରୀ,ସ୍ବଳ୍ପ ସୟ ଅଧିକାରୀ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀଙ୍କୁ ଟୀକା ଦିଆଯିବ ।
ସେହିପରି ରାଜସ୍ବ ବିଭାଗ ଦ୍ୱାରା ପ୍ରସ୍ତୁତ ତାଲିକା ଅନୁଯାୟୀ ଜିଲ୍ଲା ସକ୍ରେଜିଷ୍ଟର ଓ ଷ୍ଟାଫ୍.ଆର୍.ଟି.ଓ ତାଙ୍କ ଷ୍ଟାଫ୍.ସି.ଏସ୍.ଓ ତାଙ୍କ ଷ୍ଟାଫ୍.ଜିଲ୍ଲା ଅବକାରୀ ବିଭାଗ.ଜିଲ୍ଲା ମଙ୍ଗଳ ବିଭାଗ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର କର୍ମଚାରୀ ମାନଙ୍କୁ ଟୀକା କରଣ କରାଯିବ ।
  ସେହିପରି ଆରକ୍ଷୀ ଅଧିକ୍ଷକ ଓ ତାଙ୍କ ସମସ୍ତ ଆରକ୍ଷୀ ବାହିନୀ, ବି.ଏସ୍.ଏଫ.ସି.ଆର୍.ପି.ଇଫ୍,ଗୃହରକ୍ଷୀ ବାହୀନିର ସମସ୍ତଙ୍କୁ ଟୀକା ପ୍ରଦାନ କରାଯିବ । ରାୟଗଡ ଜିଲ୍ଲାରୁ ପ୍ରାୟ ୬୨୮୨ ପଞ୍ଜିକୃତ ଆଗଧାଡିର କର୍ମଚାରୀ ମାନଙ୍କୁ ଟୀକା ଆସନ୍ତୁ । ୬ ତାଖରୁ ୧୬ ତାରିଖ ଯାଏଁ ଟୀକା କରଣ କରାଯିବ ।
ଏହି ଟୀକା କରଣ ଯେପରି ୧୦୦% ସଫଳତା ହେବ ଓ ଟୀକା ଯେପରି ନଷ୍ଟ ନ ହେବ ସେଥି ନିମନ୍ତେ ସମସ୍ତେ ଧ୍ୟାନ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ଜଣକୁ ନୋଡାଲ ଅଧିକାରୀ ଭାବରେ ନିଯୁକ୍ତି ଦିଆଯିବ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡାଙ୍କୁ ନୋଡାଲ ଅଧିକାରୀ ଭାବରେ ରହିବେ ଏବଂ ପ୍ରତ୍ୟେକ କାର୍ଯ୍ୟାଳୟରେ ଜଣେ ଜଣେ ଉପ ନୋଡାଲ ଅଧିକାରୀ ରହିବା ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଅତିରିକ୍ତ ଜିଲ୍ଲାପାଳଙ୍କ ନେତୃତ୍ବରେ ମାଇକ୍ର ପ୍ଲାନ ପ୍ରସ୍ତୁତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଟୀକାକରଣ ନିମନ୍ତେ ସ୍ଥାନ ଓ ପ୍ରକୋଷ୍ଠ ଚିହ୍ନଟ କରାଯିବ । ଅନ୍ତତଃପକ୍ଷେ ୧୦୦ ଜଣରୁ ଉର୍ଷ ବ୍ୟକ୍ତିଙ୍କୁ ତାଲିକା ପ୍ରସ୍ତୁତି ରହିବାକୁ ପଡିବ ଏବଂ ପର୍ଯ୍ୟାୟ କ୍ରମେ ଟୀକା ଦିଆଯିବ । ଆସନ୍ତା ୬ ତାରିଖରୁ ସକାଳ ୯.୦୦ ଘଟିକାରୁ ସଂନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ଟୀକା ଦିଆଯିବ । ଏହି ଟୀକା ସମସ୍ତ କାର୍ଯ୍ୟରତ କର୍ମଚାରୀ ନେବାକୁ ପଡିବ । ସର୍ବ ପ୍ରଥମେ କାର୍ଯ୍ୟାଳୟର ଅଧୀକାରୀ ଟୀକା ନେବେ ।
ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ପୌର ନିର୍ବାହୀ ଅଧିକାରୀ ଶ୍ରୀ ସଚିଦାନନ୍ଦ ଶତପଥୀ,ଜିଲ୍ଲା ଯୋଗାଣ ଅଧିକାରୀ ନିର୍ବାହୀଯନ୍ତ୍ରୀ ରାସ୍ତା ଓ କୋଠାବାଡି,ସି.ଆର୍.ପି.ଏଫ୍ ର ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀ ଅଶୋକ କୁମାର ମହାପାତ୍ର । ସହକାରୀ କମାଣ୍ଡଳ୍ପ ଶ୍ରୀ ସୁମନ ମିଶ୍ର.ସି.ଆର୍.ପି.ଏଫ୍.ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସୁକାନ୍ତ କୁମାର ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ ।
Leave A Reply

Your email address will not be published.