ଭୁବନେଶ୍ୱର: ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ୩ ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହୋଇପାରେ । ଶୀତ ଲହରୀ ନେଇ କଳାହାଣ୍ଡି , କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବୁଧବାର ସକାଳ ସାଢେ ୮ ପର୍ଯ୍ୟନ୍ତ ଉପରୋକ୍ତ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।
ଏଥିସହ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଭୀଷଣ ଥଣ୍ଡା ସମୟରେ ଘର ଭିତରେ ରହିବା ଏବଂ ରାତି ସମୟରେ ଖୋଲା ଗାଡିରେ ବାହାରକୁ ନଯିବାକୁ ଏସଆରସି ପରାମର୍ଶ ଦେଇଛନ୍ତି । ବାସହୀନ ଲୋକଙ୍କ ପାଇଁ ସ୍କୁଲ ଘର ଓ କମ୍ୟୁନିଟି ବିଲ୍ଡିଂ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।