ଏକାମ୍ରକ୍ଷେତ୍ରର ୨ଟି ମନ୍ଦିର ଉପରୁ ବାଇ ଲ’ ପ୍ରତ୍ୟାହାର କରାଯାଉ: ମୁଖ୍ୟମନ୍ତ୍ରୀ

142
ଭୁବନେଶ୍ୱର: ଏକାମ୍ରକ୍ଷେତ୍ରର ୨ ଟି ମନ୍ଦିର ଉପରୁ ତୁରନ୍ତ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନଏମଏ)ର ଡ୍ରାଫ୍ଟ ବାଇ ଲ’ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଏହି ପ୍ରସଙ୍ଗକୁ ଓଡିଶାର ସାଂସଦମାନେ କେନ୍ଦ୍ର ସରକାରଙ୍କ ଆଗରେ ଉତଥାପନ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି ।
ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ ଏକାମ୍ରକ୍ଷେତ୍ରର ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଜାରି ହୋଇଥିବା ଏନଏମଏର ପ୍ରସ୍ତାବିତ ବାଇ ଲ’ କୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ । କେନ୍ଦ୍ରୀୟ ଏଜେନ୍ସିମାନେ ଏଭଳି ସମ୍ବେଦନଶୀଳ ଧାର୍ମିକ ପ୍ରସଙ୍ଗରେ ରାଜ୍ୟକୁ ବିଶ୍ୱାସକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ]
ଅପରପକ୍ଷରେ ଓଡିଶାର ସାଂସଦମାନେ କେନ୍ଦ୍ର ସରକାର ଏବଂ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କ ନିକଟରେ ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉଠାଇବାକୁ ନବୀନ ପଟ୍ଟନାୟକ ଅପିଲ୍ କରିଛନ୍ତି । ଏହା ଓଡିଶାର ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗ ଓ ସେବାୟତମାନଙ୍କ ଜୀବନ ଜୀବିକା ସହ ଜଡିତ । ପ୍ରଭୂ ଲିଙ୍ଗରାଜଙ୍କ ଶୃଙ୍ଖଳିତ ନୀତି ସମ୍ପନ୍ନ ମଧ୍ୟ ଏଥିସହ ଜଡିତ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଟୁଇଟ୍ ରେ ଉଲ୍ଲେଖ କରିଛନ୍ତି ।
Leave A Reply

Your email address will not be published.