ପାଠକ ବାପାପୁଅ ଦିନିକିଆ ପୋଲିସ ରିମାଣ୍ଡରେ: ଅର୍ଥ ଠକେଇ ନେଇ ପଚରା ଉଚୁରା ଜାରୀ

193
ଗଞ୍ଜାମ:  ବରିଷ୍ଠ ଆଇଏଫଏସ ଅଧିକାରୀ ବାପା ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଦିନିକିଆ ରିମାଣ୍ଡରେ ନେଇ ଗୋଳନ୍ଥରା ଥାନା ପୋଲିସ ଆଜି ପଚରା ଉଚୁରା ଜାରୀ ରଖିଛି । ଅର୍ଥ ଠକେଇ ଉପରେ ଅଧିକ ତଥ୍ୟ ଆଦାୟ ପାଇଁ ବାପ ପୋଲିସ ଉଦ୍ୟମ ଚଳାଇଛି । ଥାନା ପକ୍ଷରୁ ପୂର୍ବରୁ ବାପ ପୁଅଙ୍କ ନାମରେ ତିନୋଟି ମାମଲା ରୁଜ୍ଜୁ ହୋଇଥିବା ବେଳେ ବାପା ଅଭୟଙ୍କ ନାମରେ ଗୋଟିଏ ଓ ପୁଅ ଆକାଶଙ୍କ ନାମରେ ଦୁଇଟି ମାମଲା ରହିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ବାପାପୁଅଙ୍କୁ ଯୋଡି ଗୋଳନ୍ଥରା ପୋଲିସ ପରେ ଏହି ତିନୋଟି ଠକେଇ ମାମଲା ରୁଜ୍ଜୁ କରିଥିଲା । ଏଣୁ ଏନେଇ ପଚରା ଉଚୁରା ଲାଗି ଉଭୟଙ୍କୁ ରିମାଣ୍ଡରେ ନେବାକୁ ଗୋଳନ୍ଥରା ପୋଲିସ ପକ୍ଷରୁ ବ୍ରହ୍ମପୁର ଏସଡ଼ିଜେଏମ୍ କୋର୍ଟରେ ଆବେଦନ କରାଯାଇଥିଲା । କୋର୍ଟ ଦିନିକିଆ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଥିଲେ ।
Leave A Reply

Your email address will not be published.