ତାମିଲନାଡ଼ୁରେ ତୈଳ ଏବଂ ଗ୍ୟାସ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

152

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ତାମିଲନାଡ଼ୁରେ ତୈଳ ଏବଂ ଗ୍ୟାସ କ୍ଷେତ୍ରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଏବଂ ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ମନାଲିସ୍ଥିତ ଚେନ୍ନାଇ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ ଠାରେ ରାମନାଥପୁରମ-ଥୁଟୁକୁଡ଼ି ପ୍ରାକୃତିକ ବାଷ୍ପ ପାଇପଲାଇନ ଏବଂ ଗ୍ୟାସୋଲିନ ଡିସଲ୍ଫରାଇଜେସନ ୟୁନିଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ। ସେ ମଧ୍ୟ ନାଗପଟ୍ଟିନମ ଠାରେ କାବେରୀ ବେସିନ ବିଶୋଧନାଗାର ପାଇଁ ଶିଳାନ୍ୟାସ କରିଥିଲେ। ତାମିଲନାଡ଼ୁର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ କରି କହିଥିଲେ ଯେ ୨୦୧୯-୨୦ ରେ ଦେଶର ଇନ୍ଧନ ଚାହିଦା ମେଣ୍ଟାଇବା ଲାଗି ଭାରତ ୮୫ ପ୍ରତିଶତ ତେଲ ଏବଂ ୫୩ ପ୍ରତିଶତ ଗ୍ୟାସ ଆମଦାନୀ କରିଥିଲା। ଆମ ଭଳି ଏତେ ବିବିଧ ଓ ପ୍ରତିଭାଶାଳୀ ରାଷ୍ଟ୍ର ଇନ୍ଧନ ଆମଦାନୀ ଉପରେ ଏତେମାତ୍ରାରେ ନିର୍ଭରଶୀଳ ରହିବା ଉଚିତ କି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ। ସେ ଜୋର ଦେଇ କହିଥିଲେ ଯେ ଆମେ ପୂର୍ବରୁ ଏଭଳି ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଛୁ, ଯାହାଫଳରେ ଆମର ମଧ୍ୟମ ବର୍ଗଙ୍କ ଉପରେ ବୋଝ ପଡ଼ିବ ନାହିଁ। ବର୍ତ୍ତମାନ, ଆମର ସାମଗ୍ରୀକ ଦାୟିତ୍ୱ ହେଉଛି ଆମେ ସ୍ୱଚ୍ଛ ଏବଂ ସବୁଜ ଇନ୍ଧନ ଉତ୍ସ ହାସଲ ଦିଗରେ କାର୍ଯ୍ୟ କରିବା ତଥା ଇନ୍ଧନ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବା। “ମଧ୍ୟମବର୍ଗଙ୍କ ସମସ୍ୟାକୁ ନେଇ ଆମ ସରକାର ସମ୍ବେଦନଶୀଳ”, ସେ ଜୋର ଦେଇ କହିଥିଲେ।

ଏହାକୁ ହାସଲ କରିବା ଲାଗି ଆମେ ବର୍ତ୍ତମାନ ଚାଷୀ ଓ ଉପଭୋକ୍ତାମାନଙ୍କୁ ସହାୟତା କରିବା ଲାଗି ଇଥାନଲର ଉପଯୋଗ କରିବା ଉପରେ ଗୁରୁତ୍ୱାରୋପ କରୁଛୁ। ସେହିପରି ସୌର ଶକ୍ତିର ଉପଯୋଗ ବୃଦ୍ଧି କରାଯାଇ ଏହି କ୍ଷେତ୍ରରେ ନେତୃତ୍ୱ ନେବା ଲାଗି ପ୍ରୟାସ କରାଯାଉଛି। ସାର୍ବଜନୀନ ପରିବହନକୁ ପ୍ରୋତ୍ସାହିତ କରାଯାଉଛି ଏବଂ ମଧ୍ୟବିତ୍ତ ପରିବାରକୁ ଅଧିକ ସଞ୍ଚୟ କରିବାର କ୍ଷମତା ଦେବା ଲାଗି ଏଲଇଡି ବଲବ୍ ଭଳି ବିକଳ୍ପ ଉତ୍ସ ପ୍ରଦାନ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେଭାରତ ବର୍ଦ୍ଧିତ ଇନ୍ଧନ ଚାହିଦାକୁ ପୂରଣ କରିବା ଲାଗି କାର୍ଯ୍ୟ କରିବା ସମୟରେ ଆମର ଇନ୍ଧନ ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଓ ଆମଦାନୀ ଉତ୍ସଗୁଡ଼ିକୁ ବିବିଧ କରିବା ଉପରେ ଜୋର ଦେଉଛି। ଏଥିପାଇଁ କ୍ଷମତା ନିର୍ମାଣ ମଧ୍ୟ କରାଯାଉଛି। ୨୦୧୯-୨୦ ରେ ବିଶୋଧନ କ୍ଷମତାରେ ଭାରତ ବିଶ୍ୱର ଚତୁର୍ଥ ସ୍ଥାନରେ ଥିଲା। ପାଖାପାଖି ୬୫.୨  ନିୟୁତ ଟନ ପେଟ୍ରୋଲିୟମ ଉତ୍ପାଦ ରପ୍ତାନି କରାଯାଇଥିଲା। ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛିପ୍ରଧାନମନ୍ତ୍ରୀ କହିଥିଲେ।

ବିଦେଶରେ ୨୭ ଟି ଦେଶରେ ଭାରତୀୟ ତୈଳ ଏବଂ ଗ୍ୟାସ କମ୍ପାନୀଗୁଡ଼ିକର ଉପସ୍ଥିତି ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଥିରେ ଆନୁମାନିକ ଦୁଇ ଲକ୍ଷ ସତୁରି ହଜାର କୋଟି ଟଙ୍କା ନିବେଶ କରାଯାଇଛି।

ଏକ ରାଷ୍ଟ୍ର ଏକ ଗ୍ରୀଡ’ ଲକ୍ଷ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସନ୍ତା ୫ ବର୍ଷ ମଧ୍ୟରେ ଆମେ ତୈଳ ଓ ଗ୍ୟାସ ଭିତ୍ତିଭୂମି କ୍ଷେତ୍ରରେ ସାଢ଼େ ସାତ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବା ଲାଗି ଯୋଜନା କରିଛୁ। ୪୦୭ଟି ଜିଲ୍ଲାରେ ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ ନେଟୱର୍କକୁ ସମ୍ପ୍ରସାରିତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।

ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ ପହଲ ଏବଂ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ଭଳି ଯୋଜନା ଫଳରେ ପ୍ରତ୍ୟେକ ଭାରତୀୟ ପରିବାର ନିକଟରେ ଜାଳେଣି ଗ୍ୟାସ ପହଞ୍ଚିବା ସହଜ ହୋଇଛି। ତାମିଲନାଡ଼ୁର ୯୫ ପ୍ରତିଶତ ଏଲପିଜି ଉପଭୋକ୍ତା ପହଲ ଯୋଜନାରେ ଯୋଡ଼ି ହୋଇଛନ୍ତି। ୯୦ ପ୍ରତିଶତରୁ ଅଧିକ ସକ୍ରିୟ ଉପଭୋକ୍ତା ସିଧାସଳଖ ସବସିଡି ହସ୍ତାନ୍ତର ସୁବିଧା ପାଇଛନ୍ତି। ଉଜ୍ଜ୍ବଳା ଯୋଜନା ଅନ୍ତର୍ଗତ ତାମିଲନାଡ଼ୁର ୩୨ଲକ୍ଷ ବିପିଏଲ ପରିବାର ନୂତନ ଗ୍ୟାସ ସଂଯୋଗ ପାଇଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୩୨.୬ ଲକ୍ଷ ପରିବାର ମାଗଣା ଗ୍ୟାସ ରିଫିଲ ସୁବିଧା ପାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ।

ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଥିବା ରାମନାଥପୁରମରୁ ଟୁଟିକୋରିନ ପର୍ଯ୍ୟନ୍ତ ଇଣ୍ଡିଆନ୍ ଅଏଲ୍ ର ୧୪୩ କିମି ଲମ୍ବ ପ୍ରାକୃତିକ ବାଷ୍ପ ପାଇପଲାଇନ ଫଳରେ ଓଏନଜିସି ଗ୍ୟାସ ଫିଲ୍ଡରୁ ଗ୍ୟାସର ମୁଦ୍ରୀକରଣ କରାଯାଇପାରିବ। ୪୫୦୦ କୋଟି ଟଙ୍କା ବ୍ୟୟରେ ବିକଶିତ ହେଉଥିବା ବୃହତ ପ୍ରାକୃତିକ ଗ୍ୟାସ ପାଇପଲାଇନ ପ୍ରକଳ୍ପର ଏହା ଏକ ଅଂଶବିଶେଷ। ଏହାଦ୍ବାରା ଏନ୍ନୋରଥିରୁଭଲ୍ଲୁରବେଙ୍ଗାଲୁରୁପୁଡୁଚେରୀନାଗାପଟ୍ଟିନମମଦୁରାଇ ଏବଂ ଟୁଟିକୋରିନ ଅଞ୍ଚଳକୁ ଲାଭ ମିଳିପାରିବ।

Leave A Reply

Your email address will not be published.