ଅଦା ଚାଷୀଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ

152

କୋରାପୁଟ:  କୋରାପୁଟ ଜିଲ୍ଲା ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ସମସ୍ତେ ସାଧାରଣ ଚାଷ ଉପରେ ନିର୍ଭର କରି ପରିବାର ପତିପୋଷଣ କରିଥାନ୍ତି । ଧାନ, ମାଣ୍ଡିଆ, ବାଦାମ ଅଦା ଓ ପନିପରିବା ମୁଖ୍ୟ ଫସଲ ଭାବେ ଚାଷ କରାଯାଉଛି । କୋରାପୁଟ ମାଟି ଅଦା ଚାଷ ପାଇଁ ଉପକୂଳ ପରିବେଶ ହେଇଥିବାରୁ ଏଠାରେ ଅଦା ବହୁଳ ମାତ୍ରାରେ ଉତ୍ପାଦନ କରାଯାଉଛି ।

ରାଜ୍ୟ ସରକାରଙ୍କ କୃଷି ଉପରେ ପ୍ରାଧାନ୍ୟ ଦେଉଥିବାର ଡେଙ୍ଗୁରା ପିଟୁଥିବା ବେଳେ କୋରାପୁଟ ବାସୀଙ୍କ ପାଇଁ ଏହା ସାତ ସପନ । ସରକାରଙ୍କ ମନମୁଖୀ କାର୍ୟ୍ୟ କଳାପ ଯୋଗୁ କୋରାପୁଟ ସହରରେ ଏକ ଶୀତଳ ଭଣ୍ଡର ହୋଇପାରିନାହିଁ ଯାହା ଫଳରେ ଚାଷୀ ଅଦାକୁ ଶାଗ ମାଛ ମୂଲ୍ୟରେ ବିକ୍ରି କରୁଛନ୍ତି । ଏହି ସୁଯୋଗର ଫାଇଦା ନେଇ କେତେକ ବ୍ୟବସାୟ ସାଜିଛନ୍ତି ଅଦା ଦଲାଲ, ଚାଷୀଙ୍କ ଠାରୁ କମ ଦାମରେ ଅଦା କ୍ରୟ କରି ସେହି ଅଦାକୁ ବାହାର ରାଜ୍ୟରେ ବିକ୍ରି କାରି ହେଉଛନ୍ତି ମାଲାମାଲ କିନ୍ତୁ ଏଠି ଚାଷୀ ହେଉଛନ୍ତି ହଟାହଟ ।

କୋରାପୁଟ ଜ଼ିଲ୍ଲା ଏକ ଅପହଞ୍ଚ ଏକଲା ହେଇଥିବାରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ ହୋଇପାରୁ ନାହିଁ । ଯାହା ଫଳରେ ଅଞ୍ଚଳ ବାସୀ ନାହିଁ ନଥିବା ଅସୁବିଧାର ଶମ୍ଭୁଖିନ ହେଉଛନ୍ତି । କିନ୍ତୁ ଦୁଃଖର ବିଷୟ ଚାଷୀ ୧୦୦ ଟଙ୍କା ଦେଇ ଅଦା ବିହନ କ୍ରୟ କରୁଥିବା ସମୟରେ ଅମଳ ପରେ ଶୀତଳ ଭଣ୍ଡାରର ଅଭାବ ଯୋଗୁ ଚାଷୀ ଅଦାକୁ ମାତ୍ର ୮ରୁ ୧୦ ଟଙ୍କା ମୂଲ୍ୟରେ ବିକ୍ରି କରୁଛି । ମହଜୁଦ ରଖିବା ପାଇଁ ଶୀତଳ ଭଣ୍ଡାରର ସୁବିଧା, ନଥିବା ଯୋଗୁ ଅଦା ଚାଷ ଲୋପ ପାଇବା ପାଇଁ ବସିଲାଣି ।

ବର୍ତ୍ତମାନ ସରକାର ୨୩ ଗୋଟି ଚାଷୀ ଉତ୍ପାଦକୁ ଗଝଚ ତାଲିକା ଭୂକ୍ତ କରିଛନ୍ତି, ସବୁରି ରୋଷେଇ ଘରେ ବ୍ୟଞ୍ଜନର ସ୍ଵାଦ ଆଣୁଥିବା ଅଦାକୁ ଏହି ତାଲିକାରେ ଅନ୍ତର୍ଭୁକ୍ତ କରିବା ସହିତ ଗ୍ରାମ ପଞ୍ଚାୟତ ସ୍ତରରେ ବହୁ ଟନ୍ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାର ନିର୍ମାଣ କରିବା ତଥା ଉପଯୁକ୍ତ ବଜାର ତିଆରି କଲେ ଚାଷୀ ଉପକୃତ ହେବା ସହ ଆଗକୁ ଅଦା ଚାଷ କରିବାକୁ ପ୍ରୋତ୍ସାହନ ସୃଷ୍ଟି କରିବ, ଅନ୍ୟଥା ଅଳସି ଚାଷ ଭଳି ଅଦା ଚାଷକୁ ମଧ୍ୟ ଚାଷୀ ଭୁଲି ଯିବେ ପରେ ଆମେ ଆଜି ଯେପରି ଅଳସି ଫୁଲର ସୋନ୍ଦର୍ୟ୍ୟକୁ ଇତିହାସର ପୃଷ୍ଠାରେ ଖୋଜିବା ଭଳି ଆଗାମୀ ଦିନରେ ଅଦାକୁ ମଧ୍ୟ ସେହି ଭଳି ଖୋଜିବା,ସରକାର ଏହି ଦିଗରେ ଉପରେ ଦୃଷ୍ଟି ଆକର୍ଷଣ କରିବା ସହିତ ଶୀତଳ ଭଣ୍ଡାର କରିବା ପାଇଁ ଚାଷୀ ମାନଙ୍କ ପକ୍ଷରୁ ଦାବି କରାଯାଇଛି ।

Leave A Reply

Your email address will not be published.