ପୋଖରୀ ଭିତରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

158

ସାଲେପୁର: ପୋଖରୀ ପାଣିରେ ପଡିଯିବାରୁ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ରାଇସୁଙ୍ଗୁଡ଼ା ଗାଁ’ରେ । ମୃତକ ଜଣକ ହେଲେ ରଶ୍ମି ରଞ୍ଜନ ଶଢଙ୍ଗୀ ।  ପୋଖରୀ ପାଣିରେ ତାଙ୍କ ଶବ ଭାସୁଥିବାର ଲୋକେ ଦେଖି ଅଗ୍ନିଶମ ବିଭାଗ ଓ ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମବିଭାଗ ଗାଡି ପହଂଚି ମୃତ ଶବକୁ ପାଣି ଭିତରୁ ଉଦ୍ଧାର କରିଥିଲା । ସ୍ଥାନୀୟ ପୋଲିସ ମୃତଦେହକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ କଟକ ପଠାଇଛି । ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଆଇଆଇସି ବିଜୟ କୁମାର ବିଶି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.