ସାଲେପୁର: କଟକ ଜିଲ୍ଲା କୁଆଁପାଳ ସାଲେପୁର ରାସ୍ତାରେ ଏକ ସଡକ ଦୁର୍ଘଟଣା ଘଟିଛି । ବାଇକ ଓ ସ୍କୁଟି ଆରୋହୀଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଭଳି ଘଟଣା ଘଟିଛି ସାଲେପୁର କୁଅଁପାଳ ରାସ୍ତାର ଆଂନନ୍ଦ ପେଟ୍ରୋଲ ପମ୍ପ ନିକଟରେ । ଗାଡି ଚାଳକ ଦୁଇଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ଗାଡି ଚାଳକ ସ୍ଥାନୀୟ ଲୁଣାହାର ଗାଁ’ର ସେକ ଅନୁଅର ଖାଁ ଙ୍କ ପୁଅ. ଏଦୁଲ ଖାଁ’ ଓ ମାଣିତ୍ରୀ ଗାଁ’ର ନବକିଶୋର ନାୟକ । ଉଭୟ ଗାଡି ଚାଳକକୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିକରାଯାଇଥିଲା।ତେବେ ସେଠାରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲକୁ ପଠାଇଦିଆଯାଇଛି ।
Sign in
Sign in
Recover your password.
A password will be e-mailed to you.