ଆନ୍ଦୋଳନରତ ଚାଷୀ ନେତାଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ
ନୂଆଦିଲ୍ଲୀ: କେନ୍ଦ୍ରୀୟ କୃଷି ବିଲ ଫେରାଇ ନେବା ଦାବିରେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ଚାଷୀ ନେତା ମାନଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଭେଟିବାକୁ ଯାଉଛନ୍ତି । କେଜ୍ରିୱାଲ ଚାଷୀ ନେତାଙ୍କ ସହ ମଧ୍ୟାହ୍ନ ଭୋଜନ ସମୟରେ ଆଲୋଚନା କରିବେ । ଏହି ଆଲୋଚନା ତିନି କୃଷି ବିଲ ସଂପର୍କିତ ।
ସୂଚନାଯୋଗ୍ୟ, ଆମ ଆଦମୀ ପାର୍ଟି ଆରମ୍ଭରୁ କୃଷି ଆଇନ ଫେରାଇନେବା ଦାବି କରିବା ସହିତ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇଛି ।