କର୍ଲାପାଟ ଅଭୟାରଣ୍ୟରେ ୨୦ ଦିନରେ ୭ ହାତୀ ମୃତ୍ୟୁ ଘଟଣା: ପ୍ରାଣୀଧନ ନିରୀକ୍ଷକ ନିଲମ୍ବିତ

154
ଭବାନୀପାଟଣା:  କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ଗତ ୨୦ ଦିନ ମଧ୍ୟରେ ୭ ହାତୀଙ୍କ ମୃତ୍ୟୁ ହୋଇ ସାରିଲାଣି । ଇତିମଧ୍ୟରେ କେନ୍ଦ୍ରୀୟ ଟିମ୍ ଆସି ଘଟଣାର ତଦନ୍ତ କରି ଫେରିଥିବା ବେଳେ କର୍ତବ୍ୟରେ ଅବହେଳା ପାଇଁ କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ ଗଣେଶ ପୂଜାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ଜିଲ୍ଲାପାଳଙ୍କ ଡଃ. ହର୍ଷ ପରାଗଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ।
ହାମରେଜ ସେପଟିସେମିଆ ରୋଗ ଯୋଗୁଁ ହାତୀଙ୍କ ମୃତ୍ୟୁ ଘଟୁଥିବା କେନ୍ଦ୍ରୀୟ ଟିମ୍ ପୂର୍ବରୁ ସ୍ପଷ୍ଟ କରିଛି । ତେବେ ଅଭୟାରଣ୍ୟ ମଧ୍ୟରେ ଏହି ରୋଗ କିପରି ବ୍ୟାପୁଛି, ସେନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରୀ ରହିଛି । ଏଠାରେ ଉଲ୍ଲେଖଯୋଗ୍ୟ, କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ତିନି ଜଣିଆ କେନ୍ଦ୍ରୀୟ ଟିମ୍ ସେଠାକୁ ଯାଇଥିଲେ । ଶନିବାର ଦିନ ତମାମ ଟିମ୍ ର ସଦସ୍ୟ ମାନେ ଅଭୟାରଣ୍ୟରେ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ । ସଂନ୍ଧ୍ୟାରେ ଭବାନୀପାଟଣା ଫେରି ଜିଲ୍ଲାପାଳଙ୍କ ସହ ଏନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।
Leave A Reply

Your email address will not be published.