କୁକୁର ମୁହଁରୁ ରକ୍ଷା ପାଇଲା କୃଷ୍ଣସାର ମୃଗ

134

ବୁଗୁଡା: ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ବାଲିପଦର ସେକ୍ସନର କନ୍ଧ ଚନ୍ଦନପେଢ଼ି ଗ୍ରାମରେ ଗ୍ରାମବାସୀଙ୍କ ତପ୍ତରତା ଯୋଗୁ ଏକ ବୁଲା କୁକୁର ମୁହଁରୁ ଏକ ମାଈ କୃଷ୍ଣସାର ମୃଗ ରକ୍ଷା ପାଇଥିବା ଜଣାପଡିଛି। ଫେବୃୟାରୀ ୨୧ ତାରିଖ ସନ୍ଧ୍ୟାରେ ଏକ ମାଈ କୃଷ୍ଣସାର ମୃଗ କନ୍ଧ ଚନ୍ଦନପେଢି ଗ୍ରାମ ନିକଟରେ ପହଞ୍ଚି ଥିବା ବେଳେ ଗୋଟିଏ ବୁଲା କୁକୁର ମୃଗକୁ ଆକ୍ରମଣ କରି କାମୁଡ଼ି ଦେଉଥିବା ବେଳେ ଗ୍ରାମବାସୀ ମାନେ ମୃଗକୁ କୁକୁର ମୁହଁରୁ ରକ୍ଷାକରି ବନ ବିଭାଗକୁ ଖବର ଦେଇଥିଲେ। ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ବାଲିପଦର ଭାରପ୍ରାପ୍ତ ବନପାଳ କ୍ଷୀରୋଦ ଗୌଡ଼ ଓ ପାରା ଫରେଷ୍ଟର କର୍ମଚାରୀ ବୃନ୍ଦ ପହଞ୍ଚି ଆହତ କୃଷ୍ଣସାର ମୃଗକୁ ଉଦ୍ଧାର କରି ଚିକିତ୍ସା ପାଇଁ ଆଣିଥିଲେ। ଚିକିତ୍ସା ପରେ କୃଷ୍ଣସାର ମୃଗଟି ସୁସ୍ଥଥିବା ବେଳେ ଆସନ୍ତା କାଲି କୃଷ୍ଣସାର ପଲରେ ଛଡ଼ାଯିବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.